ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ -୨୧/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ବାମନଘାଟୀ ଉପଖଣ୍ଡ କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିରେ ଭରପୁର । ଯାହାକୁ ନେଇ ବାମନଘାଟୀ ଗର୍ବିତ । ବଣ, ଜଙ୍ଗଲ ,ନଦୀ ନାଳ ଘେରା ବାମନଘାଟୀ ଉପଖଣ୍ଡର ବିଭିନ୍ନ ଜନଜାତିଙ୍କ ସଂସ୍କୃତି, କଳା,ପରଂପରା, ଭାଇଚାରା ସଂପୂର୍ଣ୍ଣ ନିଆରା ଅଟେ । ବାମନଘାଟୀ ମହୋତ୍ସବ ୨୦୧୬ ମସିହାରୁ କୌଣସି ନା କୌଣସି କାରଣରୁ ବନ୍ଦ ଥିଲା । ପୁନଃ ସ୍କୂତିପ୍ରେମୀଙ୍କ ଅନୁରୋଧରେ ବାମନଘାଟୀ ମହୋତ୍ସବକୁ ଆଉଥରେ ଜୀବନ୍ତ ରୂପେ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ । ଏଥିପାଇଁ ମଙ୍ଗଳ ବାର ଦିନ ଅପରାହ୍ନ ୩ ଘଟିକାରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ବାମନଘାଟୀ ମହୋତ୍ସବ ‘ମାଦଲ ୨୦୨୩’ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡିଏମ ଶ୍ରୀ ହେମନ୍ତ ସିଂ, ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ଚିତ୍ତରଂଜନ ମହାନ୍ତ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ସାମିଲ ଥିଲେ । ବାମନଘାଟୀ ମହୋତ୍ସବ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସଂସ୍କୃତି ପ୍ରେମୀ ମତ ଦେଇଥିଲେ । ଏଥି ନେଇ ନିଜସ୍ବ ମତ ଉପସ୍ଥାପନା କରିଥିଲେ । ସର୍ବ ସମ୍ମତି କ୍ରମେ ଆସନ୍ତା ଏପ୍ରିଲ ୫,୬, ଏବଂ ୭ ତାରିଖ ଦିନ ବାମନଘାଟୀ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହୋତ୍ସବକୁ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ କମିଟି ଅଭ୍ୟର୍ଥନା କମିଟି, ସ୍ମରଣିକା କମିଟି, ସାଂସ୍କୃତିକ କମିଟି, ପାଣ୍ଠି ସଂଗ୍ରହ କମିଟି, ମଂଚ ପରିଚାଳନା କମିଟି ଏବଂ ପ୍ରଦର୍ଶନୀ କମିଟି ଗଠନ କରାଯାଇଥିଲା ।ଏହି କମିଟି ପରବର୍ତ୍ତୀ ପର୍ଯ୍ୟାୟରେ ଉପଜିଲ୍ଲାପାଳଙ୍କ ଅନୁମତି କ୍ରମେ ବୈଠକ କରି ସିଦ୍ଧାନ୍ତ ନେବେ ବୋଲି ନିଷ୍ପତ୍ତି ହୋଇଥିଲା । ବାମନଘାଟୀ ମହୋତ୍ସବ ହେବା ନିଶ୍ଚିତତା ନେଇ ଉପସ୍ଥିତି ଥିବା ସଦସ୍ୟ ବୃନ୍ଦ ବହୁ ଆନନ୍ଦିତ ହୋଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ କହିଥିଲେ ଏହି ଅଂଚଳର ସଂସ୍କୃତି ଓ ଲୋକକଳା ଉଜ୍ଜିବିତ ରଖିବା, ଵାମନଘାଟୀର ସଂସ୍କୃତି କୁ ବ୍ୟାପକ ପ୍ରଚାର ଓ ପ୍ରସାର କରିବା,ଯୁବ କଳାକାର ସୃଷ୍ଟି କରିବା ସହ ୩ ଦିନ ଧରି ମଉଜ,ମଜଲିସ ଓ ଆନନ୍ଦର ସହ କାଟାଇବା ଏହାର ଉଦେଶ୍ୟ । କାର୍ଯ୍ୟକ୍ରମରେ ପାର୍ଥ ସାରଥି କବି, ମନୋଜ ଦାସ,ମନୁ ଚୌଧୁରୀ, ମନୋରଞ୍ଜନ ମହାନ୍ତି,ଦିଲିପ ମହାନ୍ତି, ଅକ୍ଷୟ ମହାନ୍ତି,ସଂଜୀବ ମହାନ୍ତି , ପ୍ରସାଦ ବେହେରା ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

masiha

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

Sunil Chandra Nayak

Leave a Comment

error: Content is protected !!