ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଅତିଥି ଭାବେ ଯୋଗଦେଲେ ପ୍ରଦୀପ କୁମାର ଦାସ

ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଅତିଥି ଭାବେ ଯୋଗଦେଲେ ପ୍ରଦୀପ କୁମାର ଦାସ

କ୍ରୀଡ଼ାର ପ୍ରୋତ୍ସାହନ ଓ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜୁନାଗଡ଼ ସ୍ଥିତ ପି.ଆଇ. ଡିଗ୍ରୀ କଲେଜ ପକ୍ଷରୁ ବ୍ୟାଡମିଣ୍ଟନ ଆସୋସିଏସନ୍, ଜୁନାଗଡ଼ର ସହଯୋଗରେ ଆୟୋଜିତ ଆନ୍ତଃମହାବିଦ୍ୟାଳୟ ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୬-୨୭ର ଉଦଯାପନୀ ସମାରୋହରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ୍, ଭବାନୀପାଟଣାର ଶ୍ରୀ ପ୍ରଦୀପ କୁମାର ଦାସ ଅତିଥି ଭାବେ ଯୋଗଦେଇଥିଲେ।

୨୭ ନଭେମ୍ବର ୨୦୨୭ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଏହି ଉଦଯାପନୀ ସମାରୋହ ଆୟୋଜିତ ହୋଇଥିଲା। ମହା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଅଂଶଗ୍ରହଣକାରୀ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବା ଲକ୍ଷ୍ୟରେ ଶ୍ରୀ ଦାସଙ୍କୁ ଏହି ସମାରୋହରେ ଅତିଥି ଭାବେ ଯୋଗଦେବା ପାଇଁ ପି.ଆଇ. ଡିଗ୍ରୀ କଲେଜର ଅଧ୍ୟକ୍ଷ ଆନୁଷ୍ଠାନିକ ନିମନ୍ତ୍ରଣ କରିଥିଲେ।

ଏଭଳି କ୍ରୀଡ଼ା ଆୟୋଜନ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ପ୍ରତିଭା ବିକାଶରେ ସହାୟକ ହେବ। କ୍ରୀଡ଼ାର ପ୍ରସାର ଓ ଯୁବ ପ୍ରତିଭାଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ଦିଗରେ ଏଭଳି ପ୍ରୟାସ ପ୍ରଶଂସନୀୟ।

ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

Related posts

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

Sunil Chandra Nayak

ଦୁଇଟି ମଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରତର ଆହତ ଡାକ୍ତରଖାନାରେ ଚିକିତ୍ସାଧିନ

Sunil Chandra Nayak

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

masiha

Leave a Comment

error: Content is protected !!