ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ଧର୍ମ ସମ୍ମିଳନୀ ଆନନ୍ଦ ଉଲ୍ଲାସର ସହିତ ଉଦଘାଟିତ

ସନାତନ ଧର୍ମ ସମ୍ମିଳନୀ ଆନନ୍ଦ ଉଲ୍ଲାସର ସହିତ ଉଦଘାଟିତ

ଢେଙ୍କାନାଳ:୨୮/୧୧ – (ମନିସ) :- ଜଗତଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଳା ସ୍ତରୀୟ ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ସ୍ଥାନୀୟ ମ୍ଯୂନିସିପାଲିଟି କଲ୍ଯାଣ ମଣ୍ତପ ଠାରେ ଆନନ୍ଦ ଉଲ୍ଲାସର ସହ ଉଦଘାଟିତ ହୋଇଯାଇଛି। ତେବେ ଏହି ଉତ୍ସବ ତା ୨୭/୧୧/୨୦୨୬ ଠାରୁ ୨୯/୧୧/୨୦୨୬ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରହିଛି। ଧର୍ମର ଟେକ ରଖି ଜଗତର କଲ୍ୟାଣ ପାଇଁ ଶ୍ରୀ ନାରାୟଣଶ ୩୧ତମ ଅବତାର ରୂପେ ପବିତ୍ର ଉତ୍କଳ ମାଟିରେ ପୁରୀ ଜିଲ୍ଲାର ଭୋଇ ପଡାର (କରମଳା) ଗ୍ରାମରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ। ସେ କଳିଯୁଗୀ ମାନବର ମୋହ, ମାୟା, ଛନ୍ଦ, କପଟ, ହିଂସାକୁ ଦମନ କରି ଐଶୀ ଅବତାର ପୁରୁଷ ରୂପେ ମାନବର ସୁପ୍ତ ଚେତନାକୁ ଜାଗ୍ରତ ପୂର୍ବକ ଶାନ୍ତି, ଦୟା, କ୍ଷମା, ଧୌଯ୍ଯ ଓ ଅହିଁସା ମାର୍ଗକୁ ପ୍ରତିପାଦନ କରି ସ୍ବଦେହରେ ଓଡିଶାର ବିଭିନ୍ନ ଅଞ୍ଚଳରେ ପୁନଃଚାରଣ କରି ବହୁ ଲୀଳା ପ୍ରଦର୍ଶନ କରିଯାଇଛନ୍ତି। ସେ ଶରୀର ତତ୍ତ୍ୱ ଉପରେ ଅନେକ ଉପାଦେୟ କବିତା ଆକାରରେ ରଚନାରେ କରି ଓଡିଶା ଭାଷା ସଂସ୍କୃତିକୁ ଗୌରବାନ୍ବିତ କରିବାରେ ସକ୍ଷମ ହୋଇଛନ୍ତି। ପ୍ରତିବର୍ଷ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀ, ଜିଲ୍ଲାର ପୁରପଲ୍ଲୀରେ ପ୍ରାୟ ୭୦/୮୦ ଖଣ୍ଡ ମୌଜାର ଭକ୍ତବୃନ୍ଦ ଏକତ୍ରିତ ହୋଇ ଏହି ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ଏଥିରେ ନାମଯଜ୍ଞ,ଘୃତହୋମ,ଅନ୍ନଯଜ୍ଞ ସହିତ ଠାକୁରଙ୍କ ତତ୍ବଦର୍ଶନ ଓ ଆଦର୍ଶ ଉପରେ ଦିବ୍ଯ ପ୍ରବଚନ ସ୍ଥାନୀତ ହୋଇଅଛି। ପ୍ରଥମ ଦିନରେ ଶ୍ରୀ ଶ୍ରୀ ଠାକୁରଙ୍କ ହିଂସାସନ ବିଜେ କରାଇ ଘଟ ସ୍ଥାପନ କରି ଏହି ଅବସରରେ ପତାକା ଉତ୍ତୋଳନ କରି ଠାକୁର ଶ୍ରୀ ଶ୍ରୀ ଅଭିରାମଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ବର୍ଣ୍ଣାଢ୍ଯରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଛି। ସଂନ୍ଧ୍ୟାରେ ଶକ୍ତିଧାମର ପୂଜ୍ଯ ସନ୍ଯାସୀ ଶ୍ରୀ ଶ୍ଯାମନନ୍ଦ ଦାସଙ୍କ ପୌରହିତ୍ଯରେ ବାବାଜୀ ଶେଷଦେବ ଦାସ, ବାବାଜୀ ବୁଦ୍ଧଦେବ ଦାସ, ବାବାଜୀ ତ୍ରିଲୋଚନ ଦାସ,ବାବାଜୀ ଅଯୋଧ୍ୟା ଦାସ, ମହାରାଜା ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ ସହିତ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଦ୍ବିତୀୟ ଓ ତୃତୀୟ ଦିବସରେ ଦିବାରାତ୍ର ନାମ ସଂଙ୍କିର୍ତ୍ତନ ଭଜନ, ଜଣାଣ, ଓଡିଶୀ ନୃତ୍ୟ ସହିତ ଠାକୁରଙ୍କ ଦିବ୍ଯବାଣୀ ଉପରେ କରମଳା ଶାନ୍ତିଧାମର ପୂଜ୍ଯ ବାବାଜୀ ସତ୍ଯପ୍ରଜ୍ଞା ନନ୍ଦ ଦାସ ଓ ନୟାଗଡର ଉଦାସୀନ ସାଧୁ ନିର୍ବାଣ ଭଗବାନ ଦାସ ମହାରାଜାଙ୍କ ଦ୍ବାରା ସନାତନ ଧର୍ମ, ସତସଙ୍ଗର ମାହାତ୍ମ୍ଯ,ଗୁରୁ ଗ୍ରହଣ କରିବାର ଆବଶ୍ୟକତା,ଧ୍ଯାନ ଯୋଗ, ସମର୍ପଣ ଯୋଗ ଉପରେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର କରାଯାଇଛି। ଶେଷ ଦିବସରେ ଷୋଡଶୋପ୍ରଚର ପୂଜା ସହିତ ଉଦଣ୍ଡ କିର୍ତ୍ତନ ସହ ଉଦଯାପିତ ହେବ ବୋଲି ଜିଲ୍ଲା ସ୍ତରୀୟ ଉକ୍ତ ସମ୍ମିଳନୀର ସଭାପତି ସୁଧାକର ଜେନା ଓ ସମ୍ପାଦକ ହୃଦାନନ୍ଦ ପ୍ରଦାନ ଜଣାଇଛନ୍ତି। ସମ୍ମିଳନୀ କାର୍ଯ୍ୟକ୍ରମ ଓ ପ୍ରତ୍ଯହ ୩ ଥର ପ୍ରସାଦ ସେବନ ବ୍ଯବସ୍ଥାକୁ ଉକ୍ତଗୋଷ୍ଟୀର ସଭ୍ଯ ସଭ୍ଯା ଓ କାର୍ଯ୍ଯକାରିଣୀ ସଭ୍ଯବୃନ୍ଦଙ୍କ ସକ୍ରିୟ ସହଯୋଗରେ ସଫଳତାର ସହିତ ପାଳିତ ହେଉଅଛି। ଏହି କାର୍ଯ୍ୟକ୍ରମକୁ ସଭାପତି ସୁଧାକର ଜେନା, ସମ୍ପାଦକ ହୃଦାନନ୍ଦ ପ୍ରଧାନଙ୍କ ସମେତ ସମସ୍ତ ସଭ୍ଯ ସଭ୍ଯା ମାନେ ମିଳିତ ଭାବରେ ପରିଚାଳନା କରୁଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଆଦିତ୍ୟ ଆଲୁମିନା ରିଫାଇନାରୀର ତରଫରୁ ‘ଞ୍ୟାନବୃଦ୍ଧି ପାଠଶାଳା’ ଶୁଭାରମ୍ଭ

masiha

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

Sunil Chandra Nayak

ଚୁଡାପାଲି ସ୍ଥିତ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଏସ.ଏସ.ଡି.) ର ୨୫ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ

masiha

Leave a Comment

error: Content is protected !!