ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିତ୍ୟ ଆଲୁମିନା ରିଫାଇନାରୀର ତରଫରୁ ‘ଞ୍ୟାନବୃଦ୍ଧି ପାଠଶାଳା’ ଶୁଭାରମ୍ଭ

ଆଦିତ୍ୟ ଆଲୁମିନା ରିଫାଇନାରୀର ତରଫରୁ ‘ଞ୍ୟାନବୃଦ୍ଧି ପାଠଶାଳା’ ଶୁଭାରମ୍ଭ

ରାୟଗଡ଼ା, ୨୯|୩; ଆଦିତ୍ୟ ଅଲୁମିନା ରିଫାଇନରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ, ଏହାର ପରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।

ଶୈଶବକୁ ସଶକ୍ତ ସକାଶେ ଆଦିତ୍ୟ ରିଫାଇନାରୀର ନିଆରା ଉଦ୍ୟମ ଆରମ୍ଭ କରିଅଛି। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଶୁଭାରମ୍ଭ ହୋଇଛି ୧୦ ‘ଞ୍ୟାନବୃଦ୍ଧି ପାଠଶାଳା’ । ଗତ ୨୭ ରିଖରେ ସ୍ଥାନୀୟ କଡ଼ାପଦର ଗ୍ରାମରେ ‘ଞ୍ୟାନବୃଦ୍ଧି ପାଠଶାଳା’ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଏହି କେନ୍ଦ୍ର କୁନିକୁନି ଶିକ୍ଷାର୍ଥୀଙ୍କୁ କୋଚିଂ ମାଧ୍ୟମରେ ଅଂଚଳର ଶୈଶବଙ୍କୁ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଅଛି।

ଏହି କେନ୍ଦ୍ର ଗୁଡ଼ିକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା ମୂଲ୍ୟବୋଧ ଏବଂ ସାମଗ୍ରୀକ ବିକାଶ ଦିଗ ଉପରେ ମଧ୍ୟ ଗୁରୁତ୍ୱ ଦେବ। କମ୍ପାନୀ ତରଫରୁ ପ୍ରଥମ ପର୍ଯ୍ୟାୟରେ, ୧୦ଟି କେନ୍ଦ୍ର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରିବ । ଏବଂ ଆଗାମୀ ଭବିଷ୍ୟତରେ ଏହାକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରାଯାଇଅଛି।

ଏହି କେନ୍ଦ୍ର ଉଦଘାଟନ ଅବସରରେ ଶ୍ରୀଯୁକ୍ତ ମଜହର ବେଗ କାରଖାନା ମୁଖ୍ୟ ତଥା ଅଧ୍ୟକ୍ଷ, ଡ଼. କୃଷ୍ଣ ପଢ଼ି କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ, ଶ୍ରୀ କୌଶିକୀଶରଣ ମିଶ୍ର ଉପାଧ୍ୟକ୍ଷ, ଶ୍ରୀ ବସୁଦେବ ଖୁଣ୍ଟିଆ ବ୍ୟାବସାୟିକ ଓ ଆର୍ଥିକ ବିଭାଗ ମୁଖ୍ୟ, ଶ୍ରୀ ଦୀପକ ମହାନ୍ତି ମାନବ ସମ୍ବଳ ମୁଖ୍ୟ, ଶ୍ରୀ ଶିବ ମହାପାତ୍ର କ୍ଲଷ୍ଟର ସିଏସଆର ମୁଖ୍ୟ, ଏବଂ ଶ୍ରୀ ତନ୍ମୟ ମହାନ୍ତି ସିଏସଆର ମୁଖ୍ୟ ପ୍ରମୁଖ ଯୋଗଦେଇ ଥିଲେ। 

ଆଦିତ୍ୟ ରିଫାଇନାରୀ ତରଫରୁ ଏଭଳି ଉଦ୍ୟମ ଅଞ୍ଚଳର ଶିଶୁ ପ୍ରତିଭାମାନଙ୍କୁ ନୂତନ ପ୍ରୋତ୍ସାହନ ଦେବ। ଏଥିସହ ଉକ୍ତ ଛାତ୍ରଛାତ୍ରୀଙ୍କ ଏକ ଉଜ୍ବଳ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଆମର ପ୍ରତିବଦ୍ଧତାକୁ ଏହି ଅଭିଯାନ ଦର୍ଶାଉଛି ବୋଲି କାରଖାନା ମୁଖ୍ୟ ଶ୍ରୀ ମଜହର ବେଗ ସୂଚନା ଦେଇଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ ମହୋସବ ପାଳିତ

masiha

ପ୍ରାଚୀନ ସିଦ୍ଧେଶ୍ବର ଶୈବପୀଠ

Sunil Chandra Nayak

ଭକ୍ତଙ୍କୁ ଭିଆଇପି (VIP) ଦର୍ଶନ କରାଇଦେବା ନାଁ ରେ ଲୁଟୁଥିବା ଠକମାନଙ୍କ ଉପରେ  କଡ଼ା ଆକ୍ସନ

Sunil Chandra Nayak

Leave a Comment

error: Content is protected !!