ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଡେଲ ପାର୍ଲିଆମେଣ୍ଟ – ୨୦୨୬ ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାୟା ସଂସଦ ଅନୁଷ୍ଠିତ

ମଡେଲ ପାର୍ଲିଆମେଣ୍ଟ – ୨୦୨୬

ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାୟା ସଂସଦ ଅନୁଷ୍ଠିତ

ଜଳେଶ୍ୱର,,୨୮/୧୧(ମନିସ)-ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ମଡେଲ ପାର୍ଲିଆମେଣ୍ଟ–୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବ୍ରତ ଘୋଷାଲଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସଭା ଆୟୋଜିତ ହୋଇଥିଲା।ଉକ୍ତ ସଭାରେ ଜଳେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜଳେଶ୍ୱର ତହସିଲଦାର ସତ୍ୟଜିତ୍ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ଅଜିତ କୁମାର ପାତ୍ର, ଜଳେଶ୍ୱର ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଡଃ ଲିପ୍ସା ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦେ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୂର୍ଯ୍ୟକାନ୍ତ ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହାପରେ ଛାୟା ସଂସଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିରୋଧୀ ଦଳର ସାଂସଦ ଏବଂ ବାଚସ୍ପତିଙ୍କ ଭୂମିକା ଅତ୍ୟନ୍ତ ନିଖୁଣ ଓ ଚମତ୍କାର ଭାବେ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ସଂସଦୀୟ ପରମ୍ପରା, ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଲୋଚନା ଓ ତର୍କବିତର୍କର ଶୈଳୀ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ।

ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଶ୍ରୀଯୁକ୍ତ କୌଶିକ କୁମାର ପାତ୍ର, ସୁଶାନ୍ତ କୁମାର ଦାସ, ତେଜସ୍ଵନୀ ବାରିକ୍, ସନ୍ତୋଷୀନୀ ଗିରି ,କଲ୍ୟାଣୀ ନନ୍ଦି ଏବଂ ସବିତା ପାଠୀ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ନିମନ୍ତେ ସୁଚାରୁରୂପେ ପ୍ରସ୍ତୁତ କରାଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ କରିଥିଲେ। ଏହି ମଡେଲ ପାର୍ଲିଆମେଣ୍ଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଆତ୍ମବିଶ୍ୱାସ, ଯୁକ୍ତି ଉପସ୍ଥାପନ ଦକ୍ଷତା ଏବଂ ଗଣତାନ୍ତ୍ରିକ ଚେତନାର ବିକାଶ ଦିଗରେ ଏକ ଅଭିନବ ପ୍ରୟାସ ଭାବେ ପରିଗଣିତ ହୋଇଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

ନନ୍ଦଘର ଠାରେ ଶିଶୁଦିବସ ପାଳନ 

masiha

କୁସୁମିତ ବ୍ଳକ! ଵଡହାତନାଵେଡା ପଞ୍ଚାୟତର ରାଇପଡା ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି 

Sunil Chandra Nayak

Leave a Comment

error: Content is protected !!