ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

ଜୁନାଗଡ଼ ୨୮/୧୧/୨୬:(ମନୀ ସ) ଆଜି ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତା ୨୦୨୬-୨୭ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ, ଓଡ଼ିଶା ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସମୂହ, କଳାହାଣ୍ଡି ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଛାତ୍ର ଛାତ୍ରୀ ମାନଙ୍କ ସମାବେଶ ରେ ମା’ ମାଣିକେଶ୍ୱରୀ ମନ୍ଦିରରୁ ମଶାଲ ଆସିବା ପରେ ପ୍ରତିଯୋଗୀମାନଙ୍କ ସମ୍ମିଳିତ ପଦଚାଳନା ଓ ରାଷ୍ଟ୍ରଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିରଞ୍ଚି ନାରାୟଣ ବାହିନୀପତିଙ୍କ ସଂଯୋଜନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଷିଗୁଡ଼ାର ଶିକ୍ଷାର୍ଥୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଶିକ୍ଷାର୍ଥୀମାନେ ଶାରୀରିକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପ୍ରତିଯୋଗୀତାର ଶୁଭାରମ୍ଭ ଘୋଷଣା କରିବା ପୂର୍ବକ କ୍ରୀଡ଼ା ଶୁଭାରମ୍ବ ପତାକା ଉତ୍ତୋଳନ କରିଥିଲେ।ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ ଶିକ୍ଷା ସହିତ କ୍ରୀଡ଼ା ର ସମନ୍ନୟ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶରେ ବହୁତ ସହାୟକ ହେବା ସହ ଏଭଳି କ୍ରୀଡ଼ା ଆୟୋଜନ ନିଜ ଜୀବନରେ ଶୃଙ୍ଖଳା, ଧୈର୍ଯ୍ୟ, ଏକାଗ୍ରତା, ଆତ୍ମବିଶ୍ୱାସ ଓ ନେତୃତ୍ୱକୁ ବିକାଶ କରିବ ଏବଂ ଏକ ସଫଳ ମଣିଷ ରୂପେ ଗଢ଼ି ତୋଳିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଳାର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଉତ୍ସାହ ମୂଳକ ମତ ରଖିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାର ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ବିବରଣୀ ପାଠ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମାଜସେବୀ ଆର୍ତ୍ତତ୍ରାଣ ମହାପାତ୍ର ଓ ଯୁଗଳ କିଶୋର ପୋଢ଼, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଓ ହେମସାଗର ମହାନନ୍ଦ, ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ଓ ନୂଆପଡ଼ା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ ମଞ୍ଚାସୀନ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। 

 ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ତାଙ୍କ ରଚିତ ପୁସ୍ତକ ‘ଶ୍ରେଣୀକକ୍ଷର ମାନ ଓ ଗୁଣବତ୍ତା’ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ରାଜ୍ୟ ଅଧିକାରୀ ନିରଞ୍ଜନ ଶତପଥୀ। ସଭା କାର୍ଯ୍ୟକ୍ରମ ପରେ ମାନ୍ୟବର ମନ୍ତ୍ରୀ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହ କରିବା ସହ ନିଜେ ତୀର ଚାଳନା କରିଥିଲେ।ଶେଷରେ କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ, କଣ୍ଠଶିଳ୍ପୀ କଳାକାର ଜଗନ୍ନାଥ ତ୍ରିପାଠୀ ଓ ନିଳାଞ୍ଚଳ ପାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଆୟୋଜକ କମିଟିର ସଦସ୍ୟ ସଦସ୍ୟା, ଡିଇଓ ଏବଂ ଡିପିସି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ଆସନ୍ତା ୩୦ ତାରିଖ ଯାଏଁ ଚାଲିବ। ଏଥିରେ ୨୧ ଜିଲ୍ଲାରୁ ଆସିଥିବା ୨୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ କୁରାଳ ପଞ୍ଚମୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମଞ୍ଜୁରୀ ମିଳିଲା, କିନ୍ତୁ tender/ନିବିଦା ପ୍ରକ୍ରିୟାରେ ବିଳମ୍ବ: ଆଟିଗାଁ–ଡୋକ୍ରିପଡ଼ା ରାସ୍ତା ନିର୍ମାଣ କେବେ?

Sunil Chandra Nayak

ଗୋଇନ୍ଦୀମୁଣ୍ଡା ଛକ ନିକଟରେ ବାଇକ ଧକ୍କାରେ ବାଇକ ଆରୋହୀଙ୍କ ଭାଙ୍ଗିଲା ଗୋଡ଼  

Sunil Chandra Nayak

Leave a Comment

error: Content is protected !!