ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଇନ୍ଦୀମୁଣ୍ଡା ଛକ ନିକଟରେ ବାଇକ ଧକ୍କାରେ ବାଇକ ଆରୋହୀଙ୍କ ଭାଙ୍ଗିଲା ଗୋଡ଼  

ଗୋଳାମୁଣ୍ଡା/୩୦/୧/ମସିହା/ଗୋଲାମୁଣ୍ଡା ଥାନା ବିଜୁ ଏକ୍ସପ୍ରେସୱେ ଗୋଇନ୍ଦୀମୁଣ୍ଡା ପାଖରେ ଏକ ଅଜଣା ବାଇକ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହେଇଥିବା ଜଣାପଡିଛି।ଗତକାଲି ରବିବାର ଦିନ ନୂଆପଡା ଜିଲ୍ଲା ହାତିବନ୍ଧା ଗ୍ରାମର ହରିସିଙ୍ଗ ମାଝୀ ଗୋଲାମୁଣ୍ଡା ଥାନା କୁଳିହାରୀଗୁଡା ଗାଁ କୁ କୁଣ୍ଡାବାରୀ ଉତ୍ସବ କାର୍ଯ୍ୟକ୍ରମ ରେ ଆସିଥିଲେ ଏବଂ ସେଠାରୁ ସନ୍ଧ୍ୟା ସମୟରେ ଗୋଇନ୍ଦୀମୁଣ୍ଡା ଦେଇ ଯାଉଥିବା ବେଳେ ପଛପଟୁ ଏକ ଅଜଣା ବାଇକ ଆସି ବାଇକ କୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେେ। ସ୍ଥାନୀୟ ଲୋକେ ଦୁର୍ଘଟଣା ହେବା ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଯାଇଥିଲା। ଗୁରୁତର ହରିସିଙ୍ଗ ଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଡାକ୍ତର ପ୍ରକାଶ କରିଥିଲେ । ହରିସିଙ୍ଗ ଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇ ଅଧିକ ଗୁରୁତର ଥିବାରୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଥିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବ୍ଲକ ର ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ସହ ଉତ୍ସବ ମୁଖର ପୁରପଲ୍ଲୀ 

Sunil Chandra Nayak

କୋକସରା ଆଦର୍ଶ ବିଦ୍ୟାଳୟ ସିବିଏସଇ ପ୍ଲସ ୨ ରେ ପ୍ରତୀକ୍ଷା ଦାସ ଓ ମାଟ୍ରିକରେ ତ୍ରିଲୋଚନ ନାଏକ ଟପ୍ପର

ସରଗଡା ପଞ୍ଚାୟତ ଗ୍ରାମ୍ୟ କଳାଟମକ – ହାତୀଛାଡ଼ ଗ୍ରାମ୍ୟ କାଦୁଅ ପଚ ପଚ ରାସ୍ତା ଶୋଚନୀୟ

Sunil Chandra Nayak

Leave a Comment

error: Content is protected !!