ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ରେକର୍ଡ ସଂଖ୍ୟକ ୩୨୯ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପସ୍ଥିତିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବନ୍ଧୁଗାଁ ବ୍ଲକରେ ରେକର୍ଡ ସଂଖ୍ୟକ ୩୨୯ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପସ୍ଥିତିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବନ୍ଧୁଗାଁ ତା ୧୯/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପରିସରରେ ୧୩ ଟି ପଞ୍ଚାୟତରୁ ଆସିଥିବା ରେକର୍ଡ ସଂଖ୍ୟକ ୩୨୯ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପସ୍ଥିତିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । ଏହି ଶୁଭାରମ୍ଭ ସମାରୋହରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଡ଼ିଓ ଅଭିଜିତ ବିଶ୍ୱଜିତ ସେଠୀ, ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ଏସିଓ ଦୀପକ ବେହୁରି,ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପିଡ଼ିକା, ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି, ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଶିକ୍ଷା ବିଭାଗ ର ବ୍ଲକ ସଂଯୋଜକ ସଂଗ୍ରାମ କେଶରୀ ନାୟକ,ବିଜେଡ଼ି ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା ଉପସ୍ଥିତ ରହି ଥିଲେ। ବ୍ଲକ ର ୧୩ ଟି ପଞ୍ଚାୟତରୁ ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ରହି ଥିଲେ। ଷ୍ଟଲ ଭିତରେ ସମସ୍ତଙ୍କୁ ପଞ୍ଜୀକରଣ ପାଇଁ ଶ୍ରବଣ ବାଧିତ, ଅନ୍ୟାନ୍ୟ, ବୌଧିକ ବାଧିତ, ଦୃଷ୍ଟି ବାଧିତ, ଅସ୍ଥିଶଲ୍ୟ, ବସ ଓ ଟ୍ରେନ ପାସ, ଭତ୍ତା ଋଣ ଓ ଶିକ୍ଷା ବୃତ୍ତି, ଆୟ ବାସିନ୍ଦା ଜାତି ପ୍ରମାଣ ପତ୍ର ଘର ଢ଼ିହ , ଆଧାର ସେବା କେନ୍ଦ୍ର ଓ ସରକାରୀ ସୁବିଧା ଅଞ୍ଚଳରେ ଗୁଡିକ ରେ ପଞ୍ଜୀକରଣ କରାଯାଇଥିଲା । ପଞ୍ଜୀକରଣ ଷ୍ଟଲ ଗୁଡିକରେ ରେକର୍ଡ ସଂଖ୍ୟକ ୩୨୯ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜୀକରଣ କରିଥିବା ବେଳେ ଶ୍ରବଣ ବାଧିତରେ ୬୦ ଜଣ, ଅନ୍ୟାନ୍ୟ ରେ ସିକେଲ ସେଲ ରୋଗି ୬୭ ଜଣ, ବୌଧିକ ବାଧିତ ୬୪ ଜଣ, ଦୃଷ୍ଟି ବାଧିତ ୩୫ ଜଣ, ଅସ୍ଥିଶଲ୍ୟ ୧୦୩ ଜଣ ଓ ଆଧାର କାର୍ଡ ପାଇଁ ୧୦ ଜଣ ପଞ୍ଜୀକରଣ କରି ଥିଲେ। ଉକ୍ତ ବିଭିନ୍ନ ବିଭାଗରେ ପଞ୍ଜୀକରଣ କରି ଥିବା ଭିନ୍ନକ୍ଷମ ବ୍ୟକ୍ତି ବିଶେଷ କୋରାପୁଟ ଜିଲ୍ଲାରୁ ଆସିଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା ଅଜିତ ଦାସ, ସିକେଲ୍ ସେଲ ବିଶେଷଜ୍ଞ ଡ଼ା ସୁନିଲ ଭତ୍ରା , ଶ୍ରବଣ ଓ ମୁକ ବିଶେଷଜ୍ଞ ଡ଼ା ଏମ କେ ସଲାମ, ଦୃଷ୍ଟି ବିଶେଷଜ୍ଞ ଡ଼ା ରାଜେଶ ପଣ୍ଡା, ମାନସିକ ବିଶେଷଜ୍ଞ ଡ଼ା ଗୌତମ ତ୍ରିପାଠୀ ଓ ଡିଡିଆରସି ଷ୍ଟାଫ ମାନଙ୍କୁ ସାକ୍ଷାତ କରି ନିଜର କେତେ ପ୍ରତିଶତ ଭିନ୍ନକ୍ଷମ ଜାଣିବାକୁ ପାଇ ଥିଲେ । ସେମାନଙ୍କ ବ୍ୟକ୍ତି ଗତ ଭିନ୍ନକ୍ଷମ ପ୍ରମାଣ ପତ୍ର ଗୁଡ଼ିକ ୧୫ ଦିନ ମଧ୍ୟରେ ପ୍ରଦାନ କରାଯିବା ପାଇଁ ବିଡ଼ିଓ ସୁଚନା ଦେଇଛନ୍ତି। ଏହି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ସରକାରୀ କଳର ଶିକ୍ଷକ, ପିଓ, ଅଙ୍ଗନୱାଡ଼ି କର୍ମୀ, ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମୀ, ସ୍କୁଲର ଛାତ୍ର, ଉପସ୍ଥିତ ରହି ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ସ୍ଥାନୀୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ବିକାଶ ମେଳା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

Sunil Chandra Nayak

ନନ୍ଦଘର ଠାରେ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!