ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ମହିଳା ରୋଗୀ

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ମହିଳା ରୋଗୀ 

ନବରଙ୍ଗପୁର (ତା ୦୩/୦୯)(ରବି ନାରାୟଣ ମହାନ୍ତି)-ଗାଁକୁ ପହଞ୍ଚି ପାରିନାହିଁ ରାସ୍ତା। କାଦୁଅ ପଚ ପଚ ପାଦ ଚଲା ରାସ୍ତାରେ ଖଟିଆରେ ବୁହାହେଲେ ମହିଳା ରୋଗୀ। ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତର ସାଲେମାଲ ଗୁଡା ଠାରେ। ସାଲେମାଲ ଗୁଡାର ଲକ୍ଷ୍ମୀ ଗୌଡ଼ଙ୍କ ଗୋଟିଏ ଗୋଡ଼ ଫୁଲି ଯାଇଥିବାରୁ ମେଡିକାଲ ନେବା ପାଇଁ ପରିବାର ସ୍ଥିର କରିଥିଲେ କିନ୍ତୁ ଗାଁ ରେ ରାସ୍ତା ନଥିବା ଯୋଗୁଁ ସାଇକେଲ ଟିଏ ଯିବା ସମ୍ଭବ ନୁହେଁ |ତେଣୁ ପରିବାର ଲୋକେ ଏକ ଖଟିଆ ସାହାଯ୍ୟରେ ପ୍ରାୟ ଅଧକିଲୋମିଟର ରାସ୍ତା ବୋହି ତହରାକରିଆ ଗୁଡା ନିକଟରେ ପହଞ୍ଚାଇଥିଲେ ଏବଂ ଏକ ଅଟୋ ଯୋଗେ ଝରିଗାଁ ମେଡିକାଲ ନେଇ ଚିକିତ୍ସା କରାଯାଉଛି।ତେବେ ତହରାକରିଆ ଗୁଡା ଠାରୁ ସାଲେମାଲ ଗୁଡା ପର୍ଯ୍ୟନ୍ତ ଅଧକିଲୋମିଟର ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ରାସ୍ତା ପହଞ୍ଚି ପାରୁନାହିଁ। ଦୈନନ୍ଦିନ ଜୀବନରେ ଗାଁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେ ରୋଗୀ ହେଉକି ଗର୍ଭବତୀ ସବୁ ଖଟିଆ ରେ ବୁହାହୋଇ ମେଡିକାଲ ଯାଇଥାନ୍ତି।ଏ ଦିଗରେ ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ଜନସାଧାରଣରେ ଦାବୀ ହେଉଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୁରାତନ ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ଦାବିପତ୍ର ପ୍ରଦାନ

masiha

ଗୁଣପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ  ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ 

masiha

ଓକିଲ ଙ୍କ ଅକାଳ ବିୟୋଗରେ ଶୋକ ସଭା 

Leave a Comment

error: Content is protected !!