ଓଡ଼ିଶା ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ରାଜ୍ୟସ୍ତରୀୟ ୩୪ ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ
ଜଳେଶ୍ଵର,୧୯/୧୧(ମନିସ)-ଓଡ଼ିଶା ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ରାଜ୍ୟସ୍ତରୀୟ ୩୪ ତମ ବାର୍ଷିକ ସମ୍ମିଳନୀ ଆସନ୍ତା ନଭେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନ ବ୍ୟାପୀ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସେକସରାଇସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିସରରେ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୦ ଟି ଶ୍ରୀ ରାମକୃଷ୍ଣ ଆଶ୍ରମର ପ୍ରାୟ ୧୦୦ ରୁ ପ୍ରତିନିଧି ଯୋଗ ଦେବେ। ଭୁବନେଶ୍ୱର ଶ୍ରୀ ରାମକୃଷ୍ଣ ଆଶ୍ରମର ସଚିବ ତଥା ପରିଷଦର ସଭାପତି ସ୍ୱାମୀ ଆତ୍ମପ୍ରଭାନନ୍ଦଜୀ,ଉପସଭାପତି ସ୍ୱାମୀ ଆପ୍ତେଶ୍ୱରାନନ୍ଦଜୀ,ସ୍ୱାମୀଗୀତାତ୍ମାନନ୍ଦଜୀ ଓ ସ୍ୱାମୀ ଦେବେଶାନନ୍ଦଜୀ, ରାମକୃଷ୍ଣ ମଠ,ବେଲୁର୍ ମଠର ପ୍ରତିନିଧି ସ୍ୱାମୀ ଦେବପ୍ରିୟାନନ୍ଦଜୀଙ୍କ ସମେତ ପରିଷଦର ଆବାହକ ପ୍ରଫେସର ସର୍ବେଶ୍ୱର ସାହୁ ଓ ଯୁଗ୍ମ ଆବାହକ ବ୍ରଜ କିଶୋର ମହାପାତ୍ର ପ୍ରମୁଖ ଯୋଗଦେବେ ବୋଲି ସମ୍ମତ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସେକସରାଇ ଶ୍ରୀ ରାମକୃଷ୍ଣ ଆଶ୍ରମ ଟ୍ରଷ୍ଟର ସମ୍ପାଦକ ପ୍ରଫେସର ସୁଭାଶିଷ କରଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଟ୍ରଷ୍ଟ ଉପାଧ୍ୟକ୍ଷ ଅରୂପସତ୍ୟ ମାଇତି ଏହି ସମ୍ମିଳନୀର ବିଷୟବସ୍ତୁ ଓ ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଆଶ୍ରମର ମହାରାଜ ସ୍ୱାମୀ ସୁଧାନିଷ୍ଟାନନ୍ଦ (ସ୍ୱଦେଶ) ମହାରାଜ, ଯୁଗ୍ମ ସମ୍ପାଦକ ଦୈବକୀ ଦାସ,କୋଷାଧ୍ୟକ୍ଷ ଉତ୍ପଳ ମାଇତି,ଟ୍ରଷ୍ଟି ଆରତୀ ଦାସ,ସୁକଲ୍ୟାନ ଦାସ,ରବି ନାୟକ ଓ ଅମିତ୍ ରଞ୍ଜନ ରାୟ,ସ୍ୱାମୀ ବିବେକାନନ୍ଦ ଵିଦ୍ୟା ମନ୍ଦିର ସଭାପତି ଡ. ଅଜିତ୍ କୁମାର ମହାନ୍ତି, ପ୍ରଧାନ ଶିକ୍ଷୟତ୍ରୀ ତିଳୋତ୍ତମା ନାୟକ, କୋଷାଧ୍ୟକ୍ଷ ଚନ୍ଦନ ଦାସ ଅଧିକାରୀ ଓ ସେକସରାଇ ଗ୍ରାମବାସୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ସ୍ୱାମୀ ବିବେକାନନ୍ଦ ଵିଦ୍ୟା ମନ୍ଦିରର ସମ୍ପାଦକ ସୁକୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

