ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡ଼ିଲା ବିକାଶ ବାହନ

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡ଼ିଲା ବିକାଶ ବାହନ

ରାଉରକେଲା, ୧୨ ଜୁନ୍ ୨୦୨୪: ରାଜ୍ଯ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବିକାଶ ବାହନର ଶୁଭାରମ୍ଭ କରାଯାଇଛି। ଏହି ବିକାଶ ବାହନ ଆଗାମୀ ୨୧ ତାରିଖ ଯାଏଁ ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବ।

ରାଉରକେଲା ମହାନଗର ନିଗମର ଯୁଗ୍ମ ପୌରାୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ଓ ବିଜେପି ଜିଲ୍ଲା ସଭାପତି ପୂର୍ଣିମା କେରକେଟା, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ ପତାକା ଦେଖାଇ ଏହି ବାହନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ନିବେଦିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କାଙ୍କ ସହ ଆରଏମସିର ଅନ୍ୟ ବିଭାଗୀୟ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଉପସ୍ଥିତ ଥିଲେ।

ତୃଣମୂଳ ସ୍ତରରେ ରହୁଥିବା ଲୋକଙ୍କ ନିକଟରେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜୁନ୍ ୨୧ ଯାଏଁ ମହାନଗର ନିଗମ ସ୍ତରୀୟ ବିକାଶ ମେଳାର ମଧ୍ଯ ଆୟୋଜନ କରାଯାଉଛି। ଗୁରୁବାର ସ୍ଥାନୀୟ ବୁରୁଟୋଲା ଓ ଛେଣ୍ଡ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ସହ ଆଧାର କାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ନିମନ୍ତେ ପଞ୍ଜୀକରଣ, ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏଥିସହ ସରକାରଙ୍କ ସ୍ୱାସ୍ଥ୍ୟ ରକ୍ଷା କବଚ ଆୟୁଷ୍ମାନ ଭାରତର ମଧ୍ୟ ହେଲ୍ପଡେସ୍କ ମଧ୍ୟ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ 

masiha

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

Leave a Comment

error: Content is protected !!