ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଡାଇରିଆ ରୋଗୀଙ୍କ ଚିକିତ୍ସା ଅନୁଧ୍ୟାନ

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଡାଇରିଆ ରୋଗୀଙ୍କ ଚିକିତ୍ସା ଅନୁଧ୍ୟାନ

ଯାଜପୁର ୧୨ ଜୁନ ୨୦୨୫( ପ୍ରଦୀପ କୁମାର ମଲ୍ଲିକ) : ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଭି. ପରମେଶ୍ବରନ୍ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଡାଇରିଆ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସହିତ କେଉଁ କାରଣରୁ ଡାଇରିଆ ବ୍ୟାପିଛି ତାହାର ଅନୁଧ୍ୟାନ କରିଥିଲେ। ପ୍ରଥମେ ରାଜସ୍ୱ ଆୟୁକ୍ତ ଧର୍ମଶାଳା ଓ ବ୍ୟାସନଗର ହସ୍ପିଟାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଡାଇରିଆ ରୋଗୀଙ୍କୁ ଯୋଗାଇ ଦିଆ ଯାଇଥିବା ଚିକିତ୍ସା ବ୍ୟବସ୍ଥା ସଂପର୍କରେ ନିର୍ଦ୍ଦେଶକ ପବ୍ଲିକ ହେଲଥ୍, ଡା ନୀଳକଣ୍ଠ ମିଶ୍ର, ସ୍ଵତନ୍ତ୍ର ସଚିବ ଫୁଡ୍ ସେଫ୍ଟି ,ଶ୍ରୀ ଶକ୍ତି ମିଶ୍ର, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ପ୍ରକାଶ ଚନ୍ଦ୍ର ବଳଙ୍କୁ ପଚାରି ବୁଝିଥିଲେ। ଚିକିତ୍ସାଧୀନ ଥିବା ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଗତ କାଲି ଠାରୁ ଯାଜପୁର ଜିଲ୍ଲାର କୋରେଇ, ଦାନଗଦି, ବ୍ୟାସନଗର, ଧର୍ମଶାଳା, ରସୁଲପୁର, ଯାଜପୁର ଅଞ୍ଚଳରେ ଝାଡାବାନ୍ତି ରୋଗରେ ପୀଡିତ ହୋଇ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଚିକିତ୍ସାଳୟ ମାନଙ୍କରେ ଚିକିତ୍ସିତ ହେଉଛନ୍ତି। ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ଜିଲ୍ଲାରେ ୨୫୬ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥି ମଧ୍ୟରୁ ମୁଖ୍ୟ ଚିକିତ୍ସାଳୟରେ ୧୧୧ ଜଣ, ଯାଜପୁର ରୋଡରେ ୪୧ ଜଣ, ଧର୍ମଶାଳାରେ ୨୯ ଜଣ, ଦାନଗଦି ୧୭ ଜଣ, କୋରେଇ ୧୬ ଜଣ ଚିକିତ୍ସିତ ହେଉଛନ୍ତି। ଡାଇରିଆ ବ୍ୟାପିବାର କାରଣ ମଧ୍ୟରୁ ରବିବାରରେ ବିଭିନ୍ନ ଅଞ୍ଚଳରେ ଭୋଜିଖାଇ, ପାଣି ପିଇ ଅଧିକାଂଶ ଅସୁସ୍ଥ ହୋଇଥିବା ରୋଗୀମାନେ ପ୍ରକାଶ କରିଥଲେ। ଦୂଷିତ ଜଳ ପିଇବା ମଧ୍ୟ ଏହାର କାରଣ ହୋଇଥାଇପାରେ। ସେହି ସବୁ ଅଞ୍ଚଳରୁ ଜଳ, ବଳକା ଖାଦ୍ୟ, ରୋଗୀଙ୍କର ମଳ ଇତ୍ୟାଦି ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ନିମନ୍ତେ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରକୃତ ଜଣାପଡ଼ିବ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲାର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ମାନଙ୍କୁ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ଦାୟୀତ୍ବ ପ୍ରଦାନ କରିଛନ୍ତି। ବିଡିଓ, ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ସଂପୃକ୍ତ ଅଂଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ରୋଗୀ ସେବା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଡକାଵାଜି ଯନ୍ତ୍ର ଓ ଆଶା, ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ଜଳ ଫୁଟାଇ ପିଇବା, ଜଳରେ ହଲୋଜିନ ବଟିକା ବ୍ୟବହାର କରିବା, ଅସ୍ୱାସ୍ଥ୍ୟକର ଠେଲା ଗାଡ଼ି ଓ ଷ୍ଟ୍ରିଟ୍ ଫୁଡ୍ ନ ଖାଇବା ପାଇଁ, ଘରେ ରନ୍ଧା ଯାଇଥିବା ଖାଦ୍ୟ ଖାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟୁନିସିପାଲଟି, ପାଣିକୋଇଲି ଓ କୁଆଖିଆ, ଜାରକା ଓ ଚଣ୍ଡିଖୋଲ ଛକ ମାନଙ୍କରେ ଥିବା ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ଫୁଡ୍ ସେପ୍ଟି ଅଫିସର ଦାୟିତ୍ୱରେ ଅଛନ୍ତି। ଜନସାଧାରଣଙ୍କୁ ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। 

Related posts

ବନ୍ଧୁଗାଁରେ ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

Sunil Chandra Nayak

ଡୁର୍କାଡଙ୍ଗରିରେ ପଥର ଖସି ୨ ମୃତ

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

Leave a Comment

error: Content is protected !!