ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

ରାୟଗଡ଼ା  // ରାୟଗଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ରାୟଗଡ଼ା ସଦର ମହକୁମା ରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ବୃନ୍ଦ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଜିଲ୍ଲାକୁ ସ୍ଵାଗତ ଜଣାଇବା ସହ ରାଜନୈତିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରିଥିଲେ।

 ନୂତନ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଅଗ୍ରଗତି ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଗଣମାଧ୍ୟମରେ କହିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଭିନ୍ନ ଶିକ୍ଷକ ବର୍ଗ ପରିବର୍ତ୍ତେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଏକକ ବର୍ଗରେ ପରିଣତ କରିବା ଏବଂ ଗତ ଦୁଇ ବର୍ଷରୁ ଉର୍ଦ୍ଧ ବନ୍ଦ ଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ସଂଘ ଦାବିପତ୍ର ପ୍ରଦାନ ପୂର୍ବକ ଅନୁରୋଧ କରିଥିବା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୀଳାଞ୍ଚଳ ମିଶ୍ର କହିଛନ୍ତି । ଶିକ୍ଷକ ମାନଙ୍କ ପଦୋନ୍ନତି ନିମନ୍ତେ ସରକାର ଚେଷ୍ଟିତ ଏବଂ ଅତିଶୀଘ୍ର ଏହାର କାର୍ଯ୍ୟକାରୀ ହେବ ତଥା ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ନିମନ୍ତେ ସ୍ଵତନ୍ତ୍ର ଏକକ ବର୍ଗ ସଂରଚନା ନିମନ୍ତେ ସରକାର ଚିନ୍ତା କରୁଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନ୍ଧଗଉଡ଼ ସମାଜ ସେବା ସମିତି କନ୍ଧମାଳ ପକ୍ଷରୁ ସମସ୍ୟା ର ସମାଧାନ ନିମନ୍ତେ ସାଂସଦ ଙ୍କୁ ୧୦ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ନର୍ଲା କିନ୍ନର ମହାସଙ୍ଘ ତରଫରୁ ମା ମଞ୍ଜୁ ଦୁର୍ଗା ପରିବାରକୁ ଅର୍ଥ ସହଯୋଗ

Sunil Chandra Nayak

ରକ୍ଷେ ହରି ମାରେ କିଏ? ଶିଶୁ ଆଗରେ ମା’ ର ଜୀବନ ନେଲା ଗଜରାଜ

masiha

Leave a Comment

error: Content is protected !!