ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂହଭୂମ ସାଂସ୍କୃତିକ ପରିଷଦର ୫୯ ତମ ବାର୍ଷିକ ଉତ୍ସବ

ସିଂହଭୂମ ସାଂସ୍କୃତିକ ପରିଷଦର ୫୯ ତମ ବାର୍ଷିକ ଉତ୍ସବ 

ରାଉରକେଲା: ରାଉରକେଲା ସିଂହଭୂମ ସାଂସ୍କୃତିକ ପରିଷଦ ର ୫୯ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଜୟ ପାଣି ଙ୍କ ସଭାପତିତ୍ବ , ସମ୍ପାଦକ ଗୈ।ରାଙ୍ଗ ଚନ୍ଦ୍ର ପାହାଡିଙ୍କ ଆବାହକତ୍ୱ ତଥା କଳ୍ପନା ଶତପଥୀ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ସ୍ବତନ୍ତ୍ର ଅତିଥି ଭାବେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ସୁଶାନ୍ତ ମହାପାତ୍ର, ଉପଦେଷ୍ଟା ଡ ପଙ୍କଜ ନନ୍ଦ,ଡ ପ୍ରଦୀପ ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ଅତିଥି ଶ୍ରୀ ନାୟକ ସିଂହଭୂମ କର୍ମକର୍ତ୍ତାଙ୍କ ଅଭାବ ଅଭିଯୋଗକୁ ବିଧାନସଭାରେ ଉତ୍ଥାପନ କରିବା ଓ ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସିଂହଭୂମ ଗଡ଼ଜାତ ଅଞ୍ଚଳ ହୋଇଥିଲେ ହେଁ ସେଠାରେ ଓଡ଼ିଆ ଭାଷା ବଞ୍ଚାଇ ରଖିବା ପାଇଁ ଅନୁଷ୍ଠାନ ର ପ୍ରୟାସ ଓ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ପାହାଡ଼ୀ ତାଙ୍କ ବକ୍ତବ୍ୟରେ ସେଠାରେ ଭାଷା ଭିତ୍ତିକ ଯେଉଁ ସମସ୍ୟା ରହିଛି ଓ ଶିକ୍ଷା ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ବିଶେଷାଙ୍କ ସିଂହନାଦ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ଦିବ୍ୟାଂଶି ମହାପାତ୍ର ଓ ବିଭିନ୍ନ ଦଳ ପକ୍ଷରୁ ଓଡିଶୀ, ଛଉ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ଶେଷରେ ଉପସଭାପତି ଚନ୍ଦ୍ରଶେଖର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଭାସ୍କର ନନ୍ଦ, ସନ୍ତୋଷ ନନ୍ଦ, ସୁବୋଧ ମିଶ୍ର,ଜୀବନ ଦାସ, କିଶୋର ରାଉତ, ମୁରଲୀଧର ମିଶ୍ର, ପ୍ରବୀର କୁମାର ଦୁବେ ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲା ଆଦିବାସୀ କଲ୍ୟାଣ ସଂଘ୍ ତରଫରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ

Sunil Chandra Nayak

ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!