ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଆଦିବାସୀ କଲ୍ୟାଣ ସଂଘ୍ ତରଫରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ , ଡିକେ ନ୍ୟୁଜ୍ : ବେଲପଡା ବ୍ଲକ ଶାଖା ଜିଲା ଆଦିବାସୀ କଲ୍ୟାଣ ସଂଗଠନ ତରଫରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର ଦିଆଯାଇଛି । ସୁଭକେଶି ମଲ୍ଲିକ ,ପିତା ବିଶିକେସନ୍ ମଲିକ,ଜାତି ସହରା ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଅଧୀନରେ ଆସିଥାନ୍ତି । ସୁକ୍ରୁ ସୁନାନି ନାମକ ଏକ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କ ଦ୍ୱାରା ସୁଭକେଶି ମଲ୍ଲିକ ଅଟ୍ରୋସିଟିର ଶିକାର ହୋଇଥିବା ଅଭିଯୋଗ କରିବା ସହ ଦୋଷୀକୁ ଉଚିତ୍ ଦଣ୍ଡ ଦିଆଯାଉ ବୋଲି ଦାବି କରିଛି ଜିଲ୍ଲା ଆଦିବାସୀ ସଂଘ । ଏହି ପରିପ୍ରେକ୍ଷୀରେ,ଶ୍ରୀମତୀ ମଲ୍ଲିକ ଏକ କେସ୍ ପାଟନାଗଡ୍ ଥାନା କେସ୍ ନଂ ୦୧୧୬/୨୦୨୩ ତାରିଖ ୨୪.୦୬.୨୦୨୩ . ୪୯୮ ଏ, ୨୯୪,୩୨୩,୫୦୬,୪୨୭ ଆଇପିଶି ପଞ୍ଜିକୃତ ହୋଇଛି କିନ୍ତୁ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ବାଲିଖାମର ଗ୍ରାମ ପଞ୍ଚାୟତର ଜାତି ଗଉଡ (ଓବିସି) ପଞ୍ଚାୟତ ସମିତି ଅଭିଯୁକ୍ତ ସୁକ୍ରୁ ସୁନାନୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।

 ଏହା ବ୍ୟତୀତ “ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିବାରଣ ଆଟ୍ରୋସିଟି ଆକ୍ଟ ୧୯୮୯ (ସଂଶୋଧନ ଅଧିନିୟମ) ୨୦୧୫” ଅଭିଯୁକ୍ତଙ୍କ ବିରୋଧରେ ବୁକ୍ ହୋଇନାହିଁ। ଏହି ମାମଲା ପଞ୍ଜିକୃତ ହେବା ପରେ, ଓବିସି ସମ୍ପ୍ରଦାୟ ଅଧୀନରେ ଆସିଥିବା ଜାତି ଗଉଡ ଅଭିଯୁକ୍ତ ସୁନାନି ପୀଡ଼ିତ ମହିଳା ଶ୍ରୀମତୀ ମଲ୍ଲିକଙ୍କୁ ତାଙ୍କ ସମର୍ଥକ ମାଧ୍ୟମରେ ଧମକ ଦେଉଥିବା ଅଭିଯୋଗ ଆସୁଛି ।

 ତେଣୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ଶ୍ରୀମତୀ ମଲ୍ଲିକ ସହ ଅନ୍ୟ ନିର୍ଭରଶୀଳ ତଥା ସାକ୍ଷୀମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବା ପାଇଁ ଆଦିବାସୀ ସଂଘ ସଦସ୍ୟ ମାନେ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ କରିବା ସମୟରେ ସଭାପତି ରସିକ ଧରୁଆ, ଉପ ସଭାପତି ଅଲେଖ ବେଣ୍ଡକର, ସଭାପତି ନିରୁପମା ଧରୁଆ, ସମ୍ପାଦକ ପ୍ରୀତି ସିଂ ମଲିକ, କୋଷାଧ୍ୟକ୍ଷ ଦୁଖନାସନ୍ ମାଝୀ, ଜଗଜିବନ୍ ଭୋଇ, କେତନ ଛତ୍ରିଆ, ଧନେଶ୍ଵର ମାଝୀ, ଚନ୍ଦ୍ରଶେଖର ମଲ୍ଲିକ, ବେଦ ଛତ୍ରିଆ, ଦୁର୍ଯ୍ୟୋଧନ ମଲ୍ଲିକ, କୃତିବାସ ମଲ୍ଲିକ,ହେମନ୍ତ ମଲ୍ଲିକ,ତ୍ରିଲୋଚନ ମଲ୍ଲିକ, ରୋହିତ ବର୍ଗେ ଓ ମିନିକେତନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଦେବେନ୍ଦ୍ର ନାଥ ନନ୍ଦଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

Sunil Chandra Nayak

ଜୟପୁର ଠାରେ ଅନୁଷ୍ଠିତ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ରେ ପୂଜାରୀଗୁଡ଼ା ର ଝିଅ ପ୍ରଥମ

masiha

ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଙ୍କ ମାତୃ ବିୟୋଗ ଏକ….

masiha

Leave a Comment

error: Content is protected !!