ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସ୍କାଉଡ଼ ଓ ଗାଇଡ଼ସ ଦ୍ୱାରା ବନ ମହୋତ୍ସବ ପାଳନ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ସରକାରି ଉଚ୍ଚ ବିଦ୍ୟାଳୟ ଲୋହରାପାଲି ଠାରେ ଖଡ଼ିଆଳ ବ୍ଲକ ସ୍ତରୀୟ ଭାରତ ସ୍କାଉଡ଼ ଓ ଗାଇଡ଼ସ ଦ୍ୱାରା ବନ ମହୋତ୍ସବ ସୁନ୍ଦର ଭାବେ ପାଳିତ ହୋଇଯାଇଛି | ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଓ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ବ୍ଲକ ଭାରତ ସ୍କାଉଟସ ଓ ଗାଇଡ଼ସ ପରିବାର ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ |ଉକ୍ତ କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ବିଭିନ୍ନ ଚାରାରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ପୁଷ୍ପାଞ୍ଜଳି ନନ୍ଦ, ମୁଖ୍ୟବକ୍ତା ଡ଼ଃ ଫଣୀନ୍ଦମ ଦେଓ ଯୋଗଦାନ କରିଥିବା ବେଳେ ଅଧ୍ୟକ୍ଷତା ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କରିଥିଲେ । ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଓ ସମ୍ପାଦକ ଭାରତ ସ୍କାଉଟସ ଗାଇଡ଼ସ ମହେଶ କୁମାର ଦଣ୍ଡସେନା, ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଦଣ୍ଡସେନା, ଡିଓସି ବିଜୟ ନାଗ, ଓ.ଟି.ସି ଅଶୋକ କୁମାର ବେହେରା, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନୀ, ଏମ.ଓ.ପି ସଂଯୋଜକ ରୋଶନ ପଣ୍ଡା ଯୋଗଦନ କରିଥିଲେ । ଉକ୍ତ ଚାରାରୋପଣ କାର୍ଯ୍ୟକ୍ରମରେ ବନବିଭାଗ କର୍ମକର୍ତା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ସ୍କାଉଟସ ଓ ଗାଇଡ଼ସ ମଧ୍ୟ୍ୟ ଯୋଗଦେଇ ବିଦ୍ୟାଳୟର ଅନେକ ଚାରାରୋପଣ କରିଥିଲେ |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାଓବାଦୀ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି: କଳାହାଣ୍ଡି ଏସ୍ ପି ପୁଲିସ ପକ୍ଷରୁ ପୋଷ୍ଟର ରେ ସୁଚନା ଦିଆ ଯାଇଛି 

Sunil Chandra Nayak

“ଆମେ ପଢ଼ିବା ଆମ ଭାଷାରେ” ଉମରକୋଟ ଠାରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

Sunil Chandra Nayak

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

Leave a Comment

error: Content is protected !!