ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ -୨୦୨୩ ପାଳନ 

ଭବାନୀପାଟଣା ତା ୨୬.୬.୨୦୨୩: ଆଜି ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ସକାଳ ୮.୦୦ ଘ.ସମୟରେ ଏକ ସଚେତନ ଶୋଭାଯାତ୍ରା କୁ ଅତିରିକ୍ତ ଜଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେI ଏହି ଶୋଭାଯାତ୍ରାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉପଖଣ୍ଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରି , ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, ପ୍ରଜାପତି ବ୍ରହ୍ମକୁମାରୀ ଆଶ୍ରମ କର୍ମକର୍ତ୍ତା ଗଣ , ବିଭିନ୍ନ ସ୍କୁଲ ଓ କଲେଜ ରୁ ଆସିଥିବା ଛାତ୍ରଛାତ୍ରୀ, ଏନ୍ ସି ସି, ସ୍କାଉଟ୍ ,ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ।

ପୂର୍ବାହ୍ନ ୧୦.୦୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୁରସ୍କାର ବିତରଣୀ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରୀ ସୁବ୍ରତ କୁମାର ନାୟକ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଶ୍ରୀ ରଞ୍ଜନ କୁମାର ନାଏକ, ଜିଲ୍ଲା ଅବକାରୀ ଅଧିକ୍ଷକ, ଶ୍ରୀ ମନୋଜ କୁମାର ବେହେରା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ,ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରି, ଶ୍ରୀ ଚନ୍ଦନ କୁମାର ବାରିକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଧର୍ମଗଡ, ଶ୍ରୀ ଶୁଭାଶିଷ ମହାନ୍ତି, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, କଳାହାଣ୍ଡି ବିଶ୍ଵବିଦ୍ୟାଲୟ ର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଏବଂ ପ୍ରଜ୍ଜପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ଭବାନୀପାଟଣା ଶାଖା ମୁଖ୍ୟ ଯୋଗ ଦେଇ ଥିଲେ।ଶ୍ରୀ ବିରେନ୍ଦ୍ର କୁମାର କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସଭା କୁ ଶ୍ରୀ ତୁଷାର ରଞ୍ଜନ ସାହୁ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜୁନାଗଡ ପରିଚାଳନା କରିଥିଲେ।ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା (ପ୍ରବନ୍ଧ/ତର୍କ/ସାଧାରଣ ଜ୍ଞାନ) ର ଉତିର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ ।ଏହି ଅବସରରେ ନିଶାରୁ ସଂପୂର୍ଣ୍ଣ ମୁକ୍ତି ପାଇଥିବା ଦୁଇ ଜଣ ବ୍ୟକ୍ତି ଶ୍ରୀ ଭିକାରୀ ଚରଣ ନାଏକ ଜୁନାଗଡ ଏବଂ ଶ୍ରୀ ଦେବାର୍ଚନ୍ ପାତ୍ର , ଭବାନୀପାଟଣା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମ ସହଯୋଗରେ ସେମାନେ ନିଶା ରୁ ମୁକ୍ତି ପାଇଥିବାର ଅନୁଭୂତି ସଭାରେ ପ୍ରକାଶ କରିଥିଲେ। ସଭାରେ ଅତିଥିଗଣ ନିଶା ସେବନ କୁ ପ୍ରତିରୋଧ କରିବା ପାଇଁ ସଚେତନତା ସୃଷ୍ଟି ସହ ନିଜକୁ ବିଭିନ୍ନ ସକାରାତ୍ମକ ଓ ସୃଜନଶୀଳତା ବୃତ୍ତିରେ ନିୟୋଜନ କରିବା ଏବଂ ଯୁବାବସ୍ଥାରେ ଏହାର ପ୍ରଭାବକୁ ପ୍ରତିହତ କରିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ।ନିକଟ ଅତୀତରେ ଅବକାରୀ ବିଭାଗ ଦ୍ଵାରା ବିଶେଷ ଚଢାଉ କରାଯାଇ ବହୁ ମାତ୍ରାରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ରାଉନ ସୁଗର ଜବତ କରାଯାଇଥିବା ଯୋଗୁଁ ଅବକାରୀ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ 

Sunil Chandra Nayak

ଯାଦବ ମୁରବି ପ୍ରହଲ୍ଲାଦ ଗୌଡଙ୍କ ପରଲୋକ

Sunil Chandra Nayak

ପୂର୍ବତନ ବ୍ଳକ ଅଧ୍ୟକ୍ଷ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!