ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ସମ୍ବର୍ଦ୍ଧିତ

ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ଉଚ୍ଚ ବିଦ୍ୟାଳୟ ରେ ଗତ ତିନି ତାରିଖ ଠାରୁ ଆରମ୍ଭ ହୋଇ ଥିବା ତାଲିମ୍ ର‌ ଅନ୍ତିମ ପର୍ଯ୍ୟାୟ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ଯୋର୍ତିମୟୀ ନାଥ ଉପସ୍ଥିତ ହୋଇ ତାଲିମ କାର୍ଯ୍ୟ ର ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ।ପାଇଥିବା ତାଲିମ୍ କୁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଗତ ମାର୍ଚ୍ଚ ମାସ ଏକତିରିଶି ତାରିଖ ଅପରାହ୍ନ ରେ ଅବସର ଗ୍ରହଣ କରିଥିବା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ସାହୁ ଙ୍କ ଅବସର ଜୀବନ କୁସୁମିତ ହେବା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ସାହୁ ଅବସର ପରେ ମୋ ସ୍କୁଲ ଅଭିଯାନ ର ସକ୍ରୀୟ ସଦସ୍ୟ ହିସାବରେ ବର୍ତ୍ତମାନ କିଛି ସମୟ ପାଇଁ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଥିବାର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ଯୋର୍ତିମୟୀ ନାଥ ଙ୍କ ସମେତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଧର ପରିଡା , ଅର୍ଜୁନ ଓଝା, ଛାୟା ପ୍ରକାଶ ବେହେରା, ଷଡ଼ଙ୍ଗୀ ଉଚ୍ଚ ବିଦ୍ୟାଳୟ ର‌ ପ୍ରଧାନ ଶିକ୍ଷକ ଉପସ୍ଥିତ ହୋଇ ଥିଲେ। ସମସ୍ତ ଅଂଶ ଗ୍ରହଣକାରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଶୁଭମ ପାଣି ଙ୍କ ରିପୋର୍ଟ

Related posts

ଜୁନାଗଡରେ କଳା ବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଯାପିତ 

masiha

କୋରାପୁଟ ଜିଲ୍ଲାପାଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ ଜିଲାପାଳ 

masiha

ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ

masiha

Leave a Comment

error: Content is protected !!