ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ

କୋକସରା,୨୫/୬ // ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ମାନଙ୍କୁ ଶୁକ୍ରବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଆମପାଣି, ବଡ଼ ପୋଡ଼ାଗୁଡା, କାଉଡୋଳା ଓ ଗମ୍ଭାରୀଗୁଡା ପଞ୍ଚାୟତ ଠାରେ ମଧୁବାବୁ ପେନସନରେ ଭତ୍ତା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ବିଡ଼ିଓ ଉତ୍ତମ କୁମାର ବାଗ ଯୋଗଦେଇ ଆମପାଣି ପଞ୍ଚାୟତ ଠାରେ ୭୧ଜଣଙ୍କୁ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା , କାଉଡୋଳା ଠାରେ ୫୪ଜଣଙ୍କୁ ସରପଞ୍ଚ ଦେବିସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା ଓ ବଡ଼ ପୋଡ଼ାଗୁଡା ଠାରେ ୮୯ ଜଣଙ୍କୁ ସରପଞ୍ଚ ଯମୁନା ନାଏକ ଓ ଗମ୍ଭାରୀଗୁଡା ପଞ୍ଚାୟତ ଠାରେ ୨୭ ଜଣଙ୍କୁ ସରପଞ୍ଚ ଇଶରାମ ସୁନାନୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ତତ୍ୱାବଧାନରେ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାପରେ ହିତାଧିକାରୀଙ୍କ ମାନେ ବ୍ଲକ ପ୍ରଶାସନ, ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

Sunil Chandra Nayak

ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଶିକ୍ଷା ବିଭାଗ ଚର୍ଚ୍ଚାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ

masiha

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

masiha

Leave a Comment

error: Content is protected !!