ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ: ଯାତାୟାତ ଯାତ୍ରୀ ହନ୍ତସନ୍ତ 

ବାଲିଗୁଡ଼ା:15,/03.(ମନିସ): ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ବୁଧବାର ମାର୍ଚ୍ଚ ୧୫ ତାରିଖରୁ ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟେରିଂ ଛାଡ଼ ଆନ୍ଦୋଳନ ସହ ଧର୍ମଘଟ ଆରମ୍ଭ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ମଧ୍ୟ ଦେଖିବାକୁ ମିଳିଛି । ସଭାପତି ଦୁଃଶାସନ ଦିଗାଳ ଓ ବ୍ଲକ୍ ଆଡମିନ୍ ମଦନ ମୋହନ ଦିଗାଲଙ୍କ ନେତୃତ୍ୱରେ ସକାଳ ୬ଟା ସମୟରୁ ବାଲିଗୁଡ଼ା ଗାନ୍ଧୀ ଛକଠାରେ ଅଞ୍ଚଳର ଶତାଧିକ ଡ୍ରାଇଭର ଏକାଠି ହୋଇ ନାରାବାଜି କରି ଧର୍ମଘଟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବାଲିଗୁଡ଼ାରୁ ବ୍ରହ୍ମପୁର,ଭୂବନେଶ୍ବର, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଆଦି ଅଞ୍ଚଳକୁ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଜନସାଧାରଣଙ୍କ ଅକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍,୫୫ ବର୍ଷ ପରେ ଡ୍ରାଇଭର ମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ୍,ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ଲକ୍ଷ ଟଙ୍କାର ବୀମା ରାଶି ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇବା, ଡ୍ରାଇଭର ମାନଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଗାଡ଼ି ଚଲାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ, ଡ୍ରାଇଭର ମାନଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା, ଡ଼୍ରାଇଭରଙ୍କ ପିଲାମାନଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା, କାଗଜ ପତ୍ର ଯାଞ୍ଚ ଆଳରେ ଡ୍ରାଇଭର ମାନଙ୍କୁ ହଇରାଣ ନକରିବା,ଲାଇସେନ୍ସ ପାଇଁ ସରକାର ଧାର୍ଯ୍ୟ କରିଥିବା ୧୫ହଜାର ଟଙ୍କା ବଦଳରେ ମୂଲ୍ୟ ପରିବର୍ତ୍ତନ କରି କମ ଟଙ୍କା କରିବା ଭଳି ୧୦ ଦଫା ଦାବିରେ ଆନ୍ଦୋଳନକୁ ଓଲ୍ହାଇଥିବା କହିଛନ୍ତି ସଭାପତି ଦୁଃଶାସନ ଦିଗାଳ । ଧର୍ମଘଟ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

Sunil Chandra Nayak

सामाजिक कार्यकर्ता बासुदेव पात्र

masiha

ବିଧାନସଭାରେ ନର୍ଲା ବିଧାୟକଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort