ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

ମୟୂରଭଂଜ – ୨୮/୧୦ — ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡ ସଦରମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ଅତିରିକ୍ତ ଜିଲ୍ଲାପାଳ,ପ୍ରଶାସନ ସୁଚାରୁ ବଳ ସାଧୁ ତାର ଶପଥ ପାଠ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ( ଆଇଏଏସ) , ରାଇରଙ୍ଗପୁର ବିଡ଼ିଓ ଭାଗବତପ୍ରସାଦ ମହାପାତ୍ର,ଡେପୁଟି କଲେକ୍ଟର ସୁଧାକର ସେଠୀ,ଡେପୁଟି କଲେକ୍ଟର ଅନିତା ମହାନ୍ତ,ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ କହିଥିଲେ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୭ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ କରାଯାଉଛି ।ତଦସହ ଏହି ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ମଣିଷ ଜୀବନ ସେତେବେଳେ ସାର୍ଥକ ହେବ ଯେତେବେଳେ କର୍ତଵ୍ଯ‌ ନିଷ୍ଠାର‌ ସହ ପାଳନ କରିବା,ସାଧୁତା ଓ ସଚୋତଟତାର ସହ କରିବା,ଏବଂ ସମ୍ମାନର ସହ‌ ଜୀଇଁଵା ।ତେଣୁ ସାମୟିକ ପ୍ରଲୋଭନ ଓ ସ୍ଵାର୍ଥକୁ ଭୁଲି ଅର୍ଥ ପିପାସୁ ପଛରେ ଓ ଗୋଡ଼ାଇ ସାଧୁତା ବଜାୟ ରଖିବା ଜରୁରୀ ଅଟେ ।ଜନସାଧାରଣଙ୍କୁ ସମ୍ମାନ ଦେବା,ତାଙ୍କ ହିତ ପାଇଁ କାମ କରିବା ଏବଂ କାମକୁ ଶିଘ୍ର ସମାଧାନ କରିବା,ସଚୋଟତା ବଜାୟ ରଖିବା ଉଚିତ ।ପରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ନାଗରିକଙ୍କ ପାଇଁ ସାଧୁମାନେ ଶପଥ ପାଠ କରାଇଥିଲେ ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାଷ୍ଟ୍ରୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି )ସଙ୍କଟରେ: ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି 

Sunil Chandra Nayak

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

masiha

ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା -୨୦୨୬ ସମୀକ୍ଷା ବୈଠକ ରଥଯାତ୍ରାର ଯଥେଷ୍ଟ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!