ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ 

ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ 

ରାୟଗଡ :ତା ୬/୭ ରାୟଗଡ ଜିଲ୍ଲା ରେ ସଂପୂର୍ଣ୍ଣତା ଅଭିଯାନ କୁ ସଫଳ କରିବା ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆକାଙ୍କ୍ଷୀ ଜିଲ୍ଲା ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହlଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲକା, ମାନ୍ୟବର ସଂlସଦ କୋରାପୁଟ; ଶ୍ରୀଯୁକ୍ତ ଆପଲାସ୍ୱାମୀ କାଡ୍ରାକl,ମାନ୍ୟବର ବିଧାୟକ ,ରାୟଗଡ; ସୁଶ୍ରୀ ସରସ୍ୱତୀ ମାଝୀ ଅଧ୍ୟକ୍ଷା ଜିଲ୍ଲାପରିଷଦ,ରାୟଗଡ; ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା, ଶ୍ରୀ ବିଜୟ କୁମାର ନାୟକ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ,( ପ୍ରଶାସନ) ,ଜିଲ୍ଲା ପରିଷଦ ରାୟଗଡ; ସମ୍ମାନୀୟ ରାୟଗଡ଼ ଏବଂ କଲ୍ୟାଣସିଙ୍ଗପୁର ପଞ୍ଚାଯତ ସମିତି ଅଧ୍ୟାକ୍ଷ୍ୟା,ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜଣ ସ୍ୱାସ୍ଥ୍ୟ ଅଧିକାରୀ, , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ପୀରlମଲ ଫାଉଣ୍ଡେସନର କାର୍ଯ୍ୟ ପରିଚାଳକ ଆଦି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ମାନ୍ୟବର ମୁଖ୍ୟଅତିଥି ଶ୍ରୀ ଉଲାକା ନିଜର ବକ୍ତବ୍ୟରେ କହିଲେ ଯେ ଜିଲ୍ଲାର ସମ୍ପୂର୍ଣ ବିକାଶ ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ l ମାନଦଣ୍ଡର ସବୁ କ୍ଷେତ୍ରରେ ଯେପରି ପରିପୂରକ ହେବ ସବୁସ୍ଥରରେ ପ୍ରୟାସ କରାଯିବା ବୋଲି କହିଥିଲେ ଏବଂ ସମବେତ ସମୂହକୁ ଶପଥ ପାଠ କରାଇଥିଲେ l

ଜିଲ୍ଲା ଏବଂ ବ୍ଲକ ରେ ସଂପୂର୍ଣ୍ଣତା ଅଭିଯାନ ର ସମସ୍ତ ଲକ୍ଷ୍ୟ ଗୁଡିକ ପୁରା କରିବା ପାଇଁ କାର୍ଯ୍ୟ କରିବା ସହିତ ଏଥି ପାଇଁ ଅନୁଷ୍ଠିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା, ଜିଲ୍ଲା ଏବଂ ବ୍ଲକ କୁ ସ୍ଵାସ୍ଥ୍ୟକର, ସକ୍ଷମ ଓ ସମୃଦ୍ଧି କରିବା ସହିତ ଗୋଟିଏ ପ୍ରେରଣା ଦାୟକ ଜିଲ୍ଲା ଏବଂ ବ୍ଲକ ଭାବରେ ଗଢି ତୋଳିବା ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତେ ଶପଥପାଠ କରିଥିଲେ। ବିଶେଷକରି ଗର୍ଭବତୀ ମହିଳା ମାନଙ୍କର ପ୍ରସବ ପୂର୍ବର ସମସ୍ତ ଯାଞ୍ଚ ସଠିକ୍ ସମୟରେ ହେବା । ସେମାନଂକୁ ନିୟମିତ ପୁଷ୍ଟିକର ପୋଷଣ ପ୍ରାପ୍ତ ହେବା ।ସମସ୍ତ ଶିଶୁଙ୍କୁ ସମ୍ପୂର୍ଣ୍ଣ ଟୀକା କରଣ। ୩୦ ବର୍ଷ ରୁ ଉର୍ଦ୍ଧ ସମସ୍ତ ଲୋକମାନଙ୍କ ର ମଧୁମେହ ଏବଂ ରକ୍ତଚାପ ଯାଂଚ । ସମସ୍ତ କୃଷକ ଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ । ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆବର୍ତ୍ତୀ କାଳୀନ ପାଣ୍ଠି ପ୍ରଦାନ।ବି ଦ୍ୟାଳୟ ମାନଙ୍କରେ ସମସ୍ତ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ର ସୁନିଶ୍ଚିତ କରିବା କୁ ସମସ୍ତେ ଶପଥପାଠ କରିଥିଲେ। ଭାରତର ୧୧୨ ଟି ଜିଲ୍ଲା ଓ ୫୦୦ ଟି ବ୍ଲକକୁ ନୀତି ଆୟୋଗ ଦ୍ଵାର ଆକାଂକ୍ଷୀ ଜିଲ୍ଲା, ବ୍ଲକ ଭାବରେ ଚୟନ କରାଯାଇଛି ସେଥିମଧ୍ୟରୁ ଓଡ଼ିଶାର ଦଶ ଗୋଟି ଜିଲ୍ଲା ମଧ୍ୟରେ ରାୟଗଡ ଜିଲ୍ଲା ଏବଂ ଜିଲ୍ଲାର ମୁନିଗୁଡା ଓ ପଦ୍ମପୁର ବ୍ଲକ ଅନ୍ତର୍ଭୁକ୍ତ ରହିଛି। ଆକାଂକ୍ଷା ବ୍ଳକ କାର୍ଯ୍ୟକ୍ରମ ହେଉଛି ପଛୁଆ ବ୍ଲକ କୁ ସମୃଦ୍ଧି କରିବା ଓ ସମୂହ ଉନ୍ନତି କରିବା ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଆବଶ୍ୟକ ସରକାରୀ ସେବା ଓ ସୁବିଧା ଗ୍ରାମାଞ୍ଚଳରେ ଯୋଗାଇଦେବା ଉଦ୍ଧେଶ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳବିଭାଜିକା ଏବଂ ସ୍ଵଚ୍ଛତା ଆଦି ବର୍ଗରେ ଉନ୍ନତି କରିବାକୁ ପ୍ରୟାସ କରାଯାଉଛି। ଜୁଲାଇ ୪ ତାରିଖ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଏହି ତିନି ମାସ ମଧ୍ୟରେ ତତ୍ପରତା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ସଫଳତାର ସହିତ କାର୍ଯ୍ୟକରି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଜିଲ୍ଲାର ୬ ଟି ଇଣ୍ଡି କେଟର ଏବଂ ବ୍ଲକ ର ୬ ଟି ଇଣ୍ଡି କେଟର କୁ ଶତପ୍ରତିଶତ ପୂରଣ କରିବା ପାଇଁ ଜିଲ୍ଲାପ୍ରଶାସନ ର ଲକ୍ଷ୍ୟ ରଖାଯାଇଛି। ଏହି ଅବସରେ ଆଜି ମୁନିଗୁଡା ବ୍ଳକ ଓ ପଦ୍ମପୁର ରେ ସଂପୂର୍ଣ୍ଣତା ଅଭିଯାନ ର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,କଣ୍ଠ ସଙ୍ଗୀତ,କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସେହିପରି ଶ୍ରେଷ୍ଠ ସ୍ୱୟଂ ସହାୟିକା ଗୋଷ୍ଠୀ, ଶ୍ରେଷ୍ଠ ଆଶା କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା । ସକାଳ ୭. ୦୦ଘଟିକା ରେ ସ୍ଥାନୀୟ ଗଜପତି ଛକରୁ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜିଲ୍ଲାସ୍ଥରୀୟ ଅଧିକାରୀ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଯାଇଥିଲେ l ଏହି ଶୋଭାଯାତ୍ରାକୁ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେଵୀ,ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ ଡ଼ଃ ଦୟାନିଧି ବାଘ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ, ଅମୂଲ୍ୟ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ଼, କାଳୁ ଚରଣ ନାୟକ ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ଼, ମନୋଜ ପାତ୍ର ,ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓରମାସ,ଜିଲ୍ଲା ପ୍ରକଳ୍ପ ପରିଚାଳକ ଜୀବିକା ମିସନ ହେମନ୍ତ ବାଗ କାର୍ଯ୍ୟ ପରିଚାଳକ (ଗୃହ) ପ୍ରଭାତ ଲେଙ୍କା , ଅଜାତ ଶତ୍ରୁ ରାଉତ ,କାର୍ଯ୍ୟ ପରିଚାଳକ ଜୀବିକା , ପୀରlମାଲ ଫାଉଣ୍ଡେସନର କାର୍ଯ୍ୟ ପରିଚାଳକ ମୁଖ୍ୟ ନରେଶ ଶର୍ମା ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟଳୟ ପରିସର ରେ ଉତ୍ପlଦିତ ଦ୍ରବ୍ୟ ଏବଂ ବିଭିନ୍ନ ଯୋଜୋନା ର ଶିକ୍ଷଣୀୟ ଲିଫଲେଟ ପରିବେଷଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

masiha

ଧର୍ମଗଡ଼ ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ

masiha

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

Sunil Chandra Nayak

Leave a Comment

error: Content is protected !!