ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁଏଲଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

ଜୁଏଲଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

ରାଉଲକେଲା : ରାଉଲକେଲା ସ୍ଥିତ ଅଗ୍ରସେନ ଭବନରେ , ରାଉରକେଲା ବିଧାନସଭା କ୍ଷେତ୍ରର ଏକ ନାଗରିକ ସମ୍ବର୍ଦ୍ଧନା ଓ ମତଦାତା ଅଭିନନ୍ଦନ ସମାରୋହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ମାଟିର ପୁଅ , ଟାଣୁଆ ଆଦିବାସୀ ନେତା ତଥା ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ଚଳିତ ବର୍ଷ ପୁନର୍ବାର ନିର୍ବାଚିତ ହୋଇ କେନ୍ଦ୍ରସରକାରରେ , ” କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ପଦପ୍ରାପ୍ତି କରି ସୁନ୍ଦରଗଡ଼ ତଥା ଓଡ଼ିଶାର ଗୌରବ ଓ ଗରିମା ବଢ଼ାଇଥିବା ଜୁଏଲ ଓରାମଙ୍କୁ ଆଜି ବିଭିନ୍ନ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ତରଫରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ସାଧରଣ ନିର୍ବାଚନରେ ମତଦାତା ମାନେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରତି ସମର୍ପିତ ଭାବ ଓ ଦୃଢ଼ ନେତୃତ୍ୱ ପ୍ରତି ପ୍ରଗାଢ ଆସ୍ଥା ପ୍ରକଟକରି କେନ୍ଦ୍ରରେ ଏନ ଡି ଏ ସରକାର ଓ ରାଜ୍ୟରେ ବିଜେପି ସରକାର କରିବାକୁ ସୁଯୋଗ ଦେଇ ଥିବାରୁ ଶ୍ରୀ ଓରାମ ମତଦାତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀ ଓରାମ ତାଙ୍କ ଅଭିନନ୍ଦନ ଅଭିଭାଷଣରେ କହିଥିଲେ ଯେ ଦଳଗତ ନିର୍ବିଶେଷରେ ଆମେ ସମସ୍ତେ ମିଳିମିଶି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ବିକାଶ ସହିତ ଜନସଧାରଣଙ୍କ ସମସ୍ୟା ଦୂର କରିବା । ଯଦି କୌଣସି ଅସୁବିଧା ରହୁଛି ତାହାହେଲେ ମୋତେ ନିଶ୍ଚିତ ଭାବେ ଜଣାଇବେ । ମୁଁ ତାହାର ସମାଧାନ କରିବାକୁ ଚେଷ୍ଟା କରିବି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ହେଉଛି ଆମର ମନ୍ତ୍ର । ଜନତାଙ୍କ ସେବା କରିବା ଆମର ଆଦର୍ଶ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ବିଜେପି ରାଜ୍ୟ କୋଷାଧ୍ୟକ୍ଷ ବାଲଗୋପାଳ ମହାପାତ୍ର, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଆନ୍ତର୍ଜାତିକ ହକି ତାରକା ପ୍ରବୋଧ ତିର୍କି, ଆର୍ ଏସ ପି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭୟ ଦାସ, ମାରୱାଡ଼ି ମହିଳା ମଞ୍ଚ ସଭାନେତ୍ରୀ ଆଦି ମଞ୍ଚାସୀନ ଥିଲେ । ମୁଖପାତ୍ର ଗଙ୍ଗାଧର ଦାଶ ମଞ୍ଚ ପରିଚାଳନା କରିଥିଲେ । ରାଉରକେଲା ନିର୍ବାଚନ ମଣ୍ଡଳୀର ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ ଓ ବରିଷ୍ଠ ନେତା ମନୋରଂଜନ ମୁନିଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଭିନ୍ନ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ବିଜେପିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କପିଳେଶ୍ବର ଓ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ କେ.କେ.ବାଷା

masiha

୬ଷ୍ଠ ଓ ଶେଷ କବିତା ପ୍ରତିଯୋଗିତା ଫଳାଫଳରେ ୫ଜଣ ପ୍ରଥମ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

Leave a Comment

error: Content is protected !!