ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ
ଢ଼େଙ୍କାନାଳ – ଗତ ୧୫ ଦିନ ହେଲା ଭାପୁର ଛଦେଶ ଅଞ୍ଚଳରେ ପ୍ରତ୍ୟହ ୭/୮ଘଣ୍ଟା ଟାଟା ପାୱାର ଅଘୋଷିତ ବିଦ୍ୟୁତ୍ କାଟ ଉପଭୋକ୍ତାଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ବିଦ୍ୟୁତ୍ ବିଭଗର ଅବହେଳା ଏବଂ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଅଞ୍ଚଳବାସୀ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଭାପୁର କୋଇଲିପଙ୍ଗି ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଶକ୍ତି ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ ସହ ଛଦେଶ ଅଞ୍ଚଳର ବିଦ୍ୟୁତ ବିଭାଗ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ କୋଇଲିପଙ୍ଗି ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ଏକ ଦାବୀପତ୍ର ନେଇ ମାନ୍ୟବର ଶକ୍ତିମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦିଆଯାଇଛି। ଏହା ସହିତ ଟିପିସିଓଡିଏଲର ଅଧିକାରୀମାନଙ୍କୁ ମଧ୍ୟ ଛଦେଶବାସୀ ବୁଦ୍ଧିଜୀବୀ ଉପସ୍ଥିତ ରହି ବାରମ୍ବାର ଅଭିଯୋଗ କରିବା ସହ,ଛଦେଶର ଉପଭୋକ୍ତାମାନେ ସେହି ବିଦ୍ୟୁତ୍ କାଟର ସମସ୍ୟା ଭୋଗୁଛନ୍ତି। ତେବେ ନୀରବ ଛିନ୍ନ ବିଦ୍ୟୁତ୍ ବିତରଣ ସେବା ସରକାର ଛଦେଶ ଅଞ୍ଚଳବାସୀଙ୍କୁ କେବେ ଯୋଗାଇ ଦେବେ ତାହା ଆଗକୁ ଦେଖିବାକୁ ବାକି ରହିଲା।
କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ
କାମାକ୍ଷାନଗର – କାମାକ୍ଷାନଗର ବ୍ଲକ ଆଲୁଅଝରଣ ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ କବିରାଜ ଜେନା ଙ୍କ ତତ୍ୱାବଧାନ ରେ ନିଉ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମ (ଉଲ୍ଲାସ ) ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ବ୍ଲକ ର 154 ଟି ବିଦ୍ୟାଳୟ ରା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ସି ଆର ସି ସି ସର୍ଭେୟର ମାନଙ୍କୁ ଉଲ୍ଲାସ କାର୍ଯ୍ୟକ୍ରମ ରା ଆବଶ୍ୟକତା ରୂପରେଖ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ଭୋଇ ତାଲିମ ପ୍ରଦାନ କରିଥିଲେ ଆଗାମୀ 20 ତାରିଖରେ ସମସ୍ତ ବିଦ୍ୟାଳୟ ରେ ପଞ୍ଜିକୃତ ନିରକ୍ଷର ବ୍ୟକ୍ତି ମାନଙ୍କର ଏକା ଆକଳନ କରାଯିବାର ସୂଚନା ଦିଆଗଲା ଚଳିତ ବର୍ଷ କାମାକ୍ଷାନଗର ବ୍ଲକ ତରଫରୁ ପ୍ରାୟ 7000 ରୁ ଅଧିକ ବ୍ୟକ୍ତି ଙ୍କୁ ସାକ୍ଷାର କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଭିନ୍ନ ବିଦ୍ୟାଳୟ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମ ଆଲୁଅଝରଣ ଉଚ୍ଚ ବିଦ୍ୟାଳୟ ରା ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ପରିଡା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।
ବିଦ୍ୟୁତ୍ ସ୍ବାଡ୍ର ଚଢ଼ଉକୁ ନେଇ ଉତ୍ତେଜନା
ଢ଼େଙ୍କାନାଳ – ବିଦ୍ୟୁତ ଅପବ୍ୟୟ ନେଇ ସୂଚନା ପାଇ ଟାଟା ପାୱାର ବିଦ୍ୟୁତ୍ ସ୍ବାଡ୍ର ପକ୍ଷରୁ ଚଢ଼ଉବେଳେ ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଥାନାରେ ଏତଲା ହୋଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ବାରୁଆଁ ପଞ୍ଚାୟତ ମଠଖୋକସା ଗ୍ରାମରେ । ମଙ୍ଗବାର ଦିନ ପ୍ରାୟ ୧୨ଟା ସମୟରେ ଗ୍ରାମର ନିଶା ନାୟକଙ୍କ ଘରେ କେହି ନଥିବା ବେଳେ ହଠାତ୍ ବିଦ୍ୟୁତ୍ ବିଭାଗର ସ୍ବାଡ୍ର ୫ ଜଣ ସଦସ୍ୟ ତାଙ୍କ ଘରକୁ ପଶି ମିଟରର ଭିଡିଓ ସୁଟିଂ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହି ସମୟରେ ସେ ଗାଧୁଆ ଘରୁ ବାହାରିବା ବେଳେ ମଧ୍ୟ ତାଙ୍କର ଭିଡିଓ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଯାହାକୁ ସେ ବାରଣ କରିବାରୁ ତାଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ପଡ଼ୋଶୀ ରୁଣ୍ଡ ହୋଇ ବିଦ୍ୟୁତ୍ ସ୍ବାଡ୍ରଙ୍କୁ ନେଇ ଗାଁର ଉତ୍ତର ଦିଗରେ ଥିବା ଅସୁରକ୍ଷିତ ଟ୍ରାନ୍ସଫର୍ମର ଦେଖାଇଥିଲେ। ଯେଉଁଠାରେ ପୂର୍ବରୁ ୪ଟି ଗାଈ ଓ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଏହାକୁ ଦେଖାଇବାବେଳେ ବିଦ୍ଯୁତ୍ କର୍ମଚାରୀ କହିଥିଲେ,ଏହା ଆମ କାମ ନୁହେଁ,ମେଣ୍ଟେନାନ୍ସ ବିଭାଗ କାର୍ଯ୍ୟା ଗ୍ରାମର କେତେକ ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ୍ ଅପବ୍ୟୟ କେସ୍ ଏବଂ ଚଢ଼ଉ କରାଯିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ଥାନାରେ ଆଶ୍ରୟ ନେଇଥିଲେ। ଗୁରୁବାର ଭୁବନ ଥାନାରେ ଗ୍ରାମର ୨ ଶହ ଲୋକ ଏବଂ ବିଦ୍ୟୁତ୍ କର୍ମଚାରୀ ଆପୋଷ ମିଳାମିଶା ପାଇଁ ବସିଥିଲେ। ଉଭୟ ପକ୍ଷ ନିଜ ଜିଦ୍ରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା। ଏତଲାକୁ ଭିତ୍ତି କରି ତଦନ୍ତ ଜାରି ରହିଛି।
କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
କାମାକ୍ଷାନଗର – କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଷଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନ ସଭାପତିତ୍ୱ କରି ସ୍ୱର୍ଗତ ନନ୍ଦଙ୍କର ମହାବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଥିବା ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର ସ୍ଵର୍ଗତ ନନ୍ଦ କାମାକ୍ଷାନଗର ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଥିଲେ। ଅଧ୍ୟାପକ ଶରତ ଚନ୍ଦ୍ର ବେହେରା ସ୍ୱର୍ଗତ ନନ୍ଦଙ୍କର ସାମ୍ବାଦିକତା କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ଅଧ୍ୟାପକ ରଶ୍ମିରଂଜନ ସେନାପତି,ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର,ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ଅଧ୍ୟାପକ ଚିନ୍ମୟ କୁମାର ମିଶ୍ର, ଅଧ୍ୟାପକ ଡ ଜୟକୃଷ୍ଣ ମିଶ୍ର, ଅଧ୍ୟାପିକା ଶାନ୍ତା ନିବେଦିତା ମହାନ୍ତି, ମୂଖ୍ୟ କିରାଣୀ ପଞ୍ଚାନନ ଜେନା,ବରିଷ୍ଠ କିରାଣୀ ଶରତ ଚନ୍ଦ୍ର ରାଉତ ପ୍ରମୁଖ ସ୍ୱର୍ଗତ ନନ୍ଦଙ୍କର ସ୍ମୃତିଚାରଣ କରିଥିଲେ । କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର କର୍ମଚାରି ଅନିଲ କୁମାର ବେହେରା, ପ୍ରଶାନ୍ତ କୁମାର ରାଉତ, ସ୍ୱପ୍ନେଶ୍ୱର ସାହୁ, ବିକାଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା
ଢେଙ୍କାନାଳ – ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍ରେ ଥିବା ଏକ ଦୋକାନ ଉପରକୁ ମଙ୍ଗଳବାର ରାତିରେ ବୋମା ମାଡ଼ ପରେ ବାପା ଉତ୍ତେଜନା ଲାଗିରହିଛି। ସହରର ଦୁଇ ସାହି ମଧ୍ୟରେ ଛକାପଞ୍ଝା ଚାଲିଛି। ଉଭୟ ସାହିରେ ମଙ୍ଗଳବାର ରାତିରୁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଟିମ୍ ଉଦ୍ୟମ ଚଳାଇଛି। ବୁଧବାର ଏକ ଗେଷ୍ଠୀ ଏସ୍ପି ଅଫିସ୍ ଓ ଟାଉନ୍ ଥାନାରେ ପହଞ୍ଚି କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ପ୍ରାୟ ବର୍ଷେ ହେଲା ଛକାପଞ୍ଝା ଚାଲି ଥିବାବେଳେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବିବାଦ ଅଧିକ ଘନଉଥିବା ଅଭିଯୋଗ ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ସୂଚନାଯୋଗ୍ୟ,ମଙ୍ଗଳବର ରାତି ପ୍ରାୟ ସାଢ଼େ ୧୦ଟାରେ ସହରର ଜଗନ୍ନାଥ ରୋଡ଼ ରଗଡ଼ି ସାହି ନିକଟରେ ଥିବାଏକ ଦୋକାନ ପଖରେ କେତେଜଣ ଯୁବକ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ବାଇକ୍ରେ ହେଲମେଟ୍ ପିନ୍ଧି ଦୁର୍ବୃତ୍ତ ଆସି ବୋମା ଫିଙ୍ଗି ଫେରାର୍ ହୋଇଯାଇଥିଲେ। ପ୍ରଚଣ୍ଡ ଶବ୍ଦ କରି ବୋମା ବିସ୍ପୋରଣ ହୋଇଥିଲା। ଯୁବକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏକ ଦୋକାନର ସଟର ଚେପା ହୋଇ ଭିତରକୁ ପଶିଯିବା ସହ କାନ୍ଥ ଭାଙ୍ଗିଥିଲା। ସୂଚନା ପାଇ ପିସିଆର୍ ଭ୍ୟାନ୍ ପହଞ୍ଚି ଥିବା ବେଳେ ଉଭ୍ୟକ୍ତ ୩ ମାମଲା ରୁଜୁ,ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ ଉଭୟ ସାହିରେ ପୋଲିସ୍ ଫୋର୍ସ ମୁତୟନ ଲୋକେ ପୋଲିସ୍ କର୍ମଚାରୀଙ୍କୁ ଘେରି ଘଉଡ଼ାଇ ଦେଇଥିଲେ। ପିସିଆର୍ ଭ୍ୟାନ୍ ସେଠାରୁ ପଳାଇ ଆସିଥିଲା। ପରେ ସଦଳବଳ ପୋଲିସ୍ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ଆୟତକୁ ଆଣିଥିଲେ। ଘଟଣା ସ୍ଥଳରେ ତଦନ୍ତ କରିବା ସହ ଦୁଇଟି ସାହି ନିକଟରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ବୁଧବାର ଘଟଣାକୁ ନେଇ ୩ଟି ମାମଲା ରୁଜୁ ହୋଇଥିବା ପୋଲିସ୍ କହିଛି। ବୋମା ପଡ଼ି କ୍ଷତିଗସ୍ତ ହୋଇଥିବା ଦୋକାନର ମାଲିକ ଏକ ଏତଲା ଦେଇଛନ୍ତି। ଘଟଣାସ୍ଥଳରୁ ପୋଲିସ୍କୁ ଘଉଡ଼ାଇଥିବା ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ହୋଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ସାହିର ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଭଙ୍ଗାଯାଇଥିବା ଅଭିଯୋଗ କରି ଏତଲା ଦେଇଛନ୍ତି। ଏହିପରି ୩ଟି ମାମଲା ରୁଜୁ ହୋଇଛି। ବୋମା ମାଡ଼ ହୋଇଥିବା ସ୍ଥଳରୁ ପୋଲିସ୍ ନମୁନା ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ୍ ଆଦି ତନଖି କରୁଛି। ଅଭିଯୁକ୍ତଙ୍କୁ ଧରିବାକୁ ଧରିବାକୁ ଉଦ୍ୟମ ଚଳାଇଥିବା ବେଳେ କାହାରିକୁ ଧରାଯାଇନଥିବା ଜଣାଯାଇଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ଏସଡିପିଓ ରମେଶ ଚନ୍ଦ୍ର ଦୋରା କହିଛନ୍ତି।
ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ
ଢେଙ୍କାନାଳ – ୫୫ନଂ ଜାତୀୟ ରାଜପଥ ଢେଙ୍କାନାଳ ଟାଉନ ଥାନା ଶାମାଚରଣପୁର ଓଭରବ୍ରିଜ ଉପରେ ମଙ୍ଗଳବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଓଭରବ୍ରିଜ ବାଡ଼ରେ ପିଟିହୋଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଗୋବିନ୍ଦପୁର ଫାଣ୍ଡି ଅଧୀନ ବଳଦିଆବନ୍ଧ ଗ୍ରାମର ସୁନୀଲ କୁମାର ସାହୁ(୨୩)। ରାତି ସାଢ଼େ ୭ଟା ବେଳେ ମହିଷାପାଟରୁ ଘରକୁ ଫେରୁଥିବା ବେଳେ ଓଭରବ୍ରିଜ୍ ଉପର ବୁଲାଣିରେ ଭାରସାମ୍ୟ ହରାଇ ବାଡ଼ରେ ପିଟି ହୋଇ ଯାଇଥିଲେ। ସେ ବାଇକ୍ ସହ ଛିଟିକି ପଡ଼ିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା
ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ
ଢ଼େଙ୍କାନାଳ – ଆଉ କିଛିଦିନ ପରେ ଅଗ୍ର ପୂଜ୍ୟ ଗଣେଶ ପୂଜା ଥିବାରୁ ଭାପୁର ଛଦେଶ ଅଞ୍ଚଳର ଓ ସହରରେ ଚିତ୍ରକାର ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହିଛନ୍ତି। ମାଟି ମୂର୍ତ୍ତି ପ୍ରଦୂଷଣ ମୁକ୍ତ ସହଜରେ ଜଳରେ ମିଳେଇ ଯାଉଥିବାରୁ ବର୍ତ୍ତମାନ ମାଟି ମୂର୍ତ୍ତି ପ୍ରତି ଲୋକେ ଆକୃଷ୍ଟ ହେଉ ଥିବାର ଦେଖିବାକୁ ମିଳିଛି। ମାଟିମୂର୍ତ୍ତି ଟିଏ ଗଢିବା ପାଇଁ ମାଟି,କୁଟା,କନା,ବାଉଁଶ,କାଠ ପିଢ଼ା,ସୁତୁଲୀ,ରଙ୍ଗ ତୁଳୀ ଏହି ଭଳି ବିଭିନ୍ନ ସରଞ୍ଜାମର ଆବଶ୍ୟକ ହୋଇ ଥାଏ। ମାଟି ମୂର୍ତ୍ତି ନିର୍ମାଣ କରିବା ପାଇଁ ଗୋଟିଏ ମାସ ପୂର୍ବରୁ ମୂର୍ତ୍ତି ତିଆରି କରିବା ପାଇଁ ବିଭିନ୍ନ ସରଞ୍ଜାମ ସଂଗ୍ରହ କରି ରଖିବା ସହ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥାନ୍ତି। ମାଟି ମୂର୍ତ୍ତି ଗଢିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡି ଥାଏ। କିନ୍ତୁ ନିର୍ମାଣ ଅନୁସାରେ ସେତିକି ପାରିଶ୍ରମିକ ପାଇପାରୁ ନଥିବା ଭାପୁର ଛଦେଶ ଅଞ୍ଚଳର କାରିଗରମାନେ ପ୍ରକାଶ କରିଛନ୍ତି। ମାଟି ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ଗଢିବାରେ ବ୍ୟସ୍ତ ଅଛନ୍ତି।
ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ
କାମାକ୍ଷାନଗର- କାମାକ୍ଷାନଗର ପାଠକ ବିଚାର ମଞ୍ଚ, ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ କଳ୍ପନା କ୍ଲବ ର ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ କଳ୍ପନା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ ଏ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଡି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l ଅନ୍ୟତମ ସହକାରୀ ଜିଲାପାଳ ସୋମ୍ୟଜିତ ପାଇକରାୟ ଯୋଗଦେଇ ସ୍ୱର୍ଗତ ନନ୍ଦ ଜଣେ ଏକାଧାରରେ କବି, ସାମ୍ବାଦିକ, ସମାଜସେବୀ, ଶିକ୍ଷପ୍ରେମୀ, ପ୍ରକୃତି ପ୍ରେମୀ ଭାବେ ଶୁ ପରିଚିତ ଥିବାର ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ପାଠକ ବିଚାର ମଞ୍ଚ ର ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ ପ୍ରମୁଖ ସ୍ବର୍ଗତ ନନ୍ଦଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ l ପାଠକ ବିଚାର ମଞ୍ଚ ର ସଂଯୋଜକ ନିରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ପ୍ରଫୁଲ କୁମାର ପାଣି, ସାମ୍ବାଦିକତା କ୍ଷେତ୍ରରେ ସରିତଦୀପ ଶତପଥୀ, କାମାକ୍ଷାନଗର ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଗାୟତ୍ରୀ ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାଠକ ମଞ୍ଚର ସଦସ୍ୟ ଜୟକୃଷ୍ଣ ମିଶ୍ର,ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରମୋଦ କୁମାର ସ୍ୱାଇଁ, ରଶ୍ମିରଞ୍ଜନ ସେନାପତି, ରସାନନ୍ଦ ଦେହୁରୀ,ମଧୁସୂଦନ ରାଉତ,ଉପଖଣ୍ଡ ସାମ୍ବାଦିକ ସଙ୍ଘର ଉପ ସଭାପତି ଚିତ୍ତ ରଞ୍ଜନ ଦିବେଦି,ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର,ସଦସ୍ୟ ପ୍ରହ୍ଲାଦ ମୁଦୁଲି,ସୋମ୍ୟରଞ୍ଜନ ନାୟକ,ବିଶ୍ୱଜିତ ବିଶ୍ୱାଳ,ବିଷ୍ଣୁ ପ୍ରସାଦ ସେଠି, ଧର୍ମାନନ୍ଦ ସେଠି,ଦୈତାରୀ ବେହେରା, ଦିଲ୍ଲୀପ କୁମାର ନାୟକ,ଅନିଲ କୁମାର ନାୟକ, ପର୍ଶୁରାମ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସୁଧୀର କୁମାର ଜେନା,ହରମୋହନ ସାହୁ, ପ୍ରତାପ ବାରିକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

