ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ  , ଶିକ୍ଷକ ଙ୍କୁ ମରଣାତ୍ମକ ଆକ୍ରମଣ , ଯଦି ଶିକ୍ଷକ ସୁରକ୍ଷିତ ନୁହେଁ ତ ଛାତ୍ର ଛାତ୍ରୀ ଏଠି କେତେ ସୁରକ୍ଷିତ

ବୌଦ୍ଧ — 17-08 – ଗତକାଲି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ବ୍ଲକର ଘିକୁଣ୍ଡି ବିଦ୍ୟାଳୟ ରେ ସେହି ଗ୍ରାମର ବିପିନ ମହାକୁଡ ପ୍ରଚୁର ମଦ୍ୟପାନ କରି କ୍ଲାସ ଚାଲୁଥିବା ସମୟରେ ଛାତ୍ର ଛାତ୍ରୀ ଙ୍କ ସାମ୍ନାରେ ପ୍ରଧାନ ଶିକ୍ଷକ ଙ୍କୁ ବହୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି କୋମଳମତି ଶିଶୁ ଙ୍କୁ ଆକ୍ରମଣ କରିବାପାଇଁ ଉଦ୍ୟମ କଲାବେଳେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ ହରିଶଙ୍କର ଦାଶ ବାରଣ କରିଥିଲେ l ଯା ଫଳରେ ମଦନିଶାରେ ଚୁର୍ ଥିବା ବିପିନ ତା ସାଥିରେ ଥିବା ଅନ୍ୟଜଣେ ଯୁବକ ମିଥୁନକୁ ମୋବାଇଲ୍ ଅନ କରି ଫଟୋ ଉଠାଇବାକୁ କହି ଫିଲ୍ମ ଷ୍ଟାଇଲ ରେ ଏକ କାଠଫାଳିଆରେ ଶିକ୍ଷକ ଶ୍ରୀ ଦାଶ ଙ୍କୁ ନିର୍ଦ୍ଧୁମ ପିଟିଲା l ସ୍ଵଭାବରେ ବହୁତ ଉଦ୍ଧତ ଥିବା ବିପିନ କିଛିଦିନ ଆଗରୁ ସୋନପୁର ସଦର ବ୍ଲକ ର ସରଧାପାଲି ଗାଁ ସ୍କୁଲ ସାମ୍ନାରେ ତିନି ଜଣ ଛାତ୍ର ଙ୍କୁ ଗାଡ଼ି ମଡାଇ ଦୁର୍ଘଟଣା ଘଟାଇଥିବା ବେଳେ ତିନିଛାତ୍ରଙ୍କ ସେସମୟର ମୃତ୍ୟୁ ହୋଇଥିଲା। ଯାହାକି ସାରା ଜ଼ିଲ୍ଲା ସାରା ଓଡିଶା ଲୋକେ ଏ ଘଟଣା ରେ ମର୍ମାହତ ହୋଇ ପଡି ଥିଲେ l ଆଜି ପୁଣି ବୌଦ୍ଧ ଘିକୁଣ୍ଡି ବିଦ୍ୟାଳୟ ରେ ଧସେଇ ପଶି ଜଣେ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ କରିଵା ଘଟଣା ସରକାର ଙ୍କ ଆଇନ କାନୁନ ଉପରେ ଅଙ୍ଗୁଳି ନିର୍ଦ୍ଧେଶ କରିଛି l ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ବିପିନ ରକ୍ତମୁଖା ହୋଇ ଏତେ ବାଡେଇଥିଲାଯେ ସେଠାରେ ଶିକ୍ଷକ ଅଚେତ ହୋଇ ପଡିଥିଲେ l ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସୋନପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି । ତାଙ୍କ ବାମ ହାତ ଓ ଅଣ୍ଟା ରେ ଗଭୀର ଆଘାତ ହୋଇଥିବା ପ୍ରାଥମିକ ଚିକିତ୍ସା ରତ ଡାକ୍ତର ଙ୍କ ସୁତ୍ର ରୁ ଜଣାପଡିଛି । ମନମୁଣ୍ଡା ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ କୁ ଧରିବାକୁ ପ୍ରୟାସ କରୁଥିବା ଜଣାପଡିଛି । ଯଦି ଖୁବ ଶୀଘ୍ର ଦୋଷୀ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଅl ନ ଯାଏ ତାହେଲେ ଜ଼ିଲ୍ଲା ଶିକ୍ଷକ ସଂଘ ଥାନା ଘେରାଉ କରି ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସ୍ୱୟଂ ସହାୟକ ଗୋଷ୍ଟି ସମୁଂହ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

Sunil Chandra Nayak

ପଥଚାରୀ ଙ୍କ ପାଇଁ କାଳ ସାଜିଛି ରାସ୍ତା କଡ ର ଶୁଖିଲା ଗଛ

masiha

ମା ଠାକୁରାଣୀ କ୍ରିକେଟ ଫାଇନାଲରେ ଡୁଡୁକାଠେଙ୍ଗା ଟିମ ଚାମ୍ପିୟାନ, ମହିମା ଦଳ ରନର୍ସ ଅପ

Sunil Chandra Nayak

Leave a Comment

error: Content is protected !!