ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ

ଡାବୁଗାଁ, ୧୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବୁଥ ସ୍ତରୀୟ କାଧିକାରୀ ମାନଙ୍କୁ ନେଇ ଏକ ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଘରକୁ ଘର ଯାଇ ଭୋଟର ମାନଙ୍କ ଭୋଟର ତାଲିକା ଯାଞ୍ଚ କରାଯାଉଛି | ବୁଥ ସ୍ତରୀୟ କାଧିକାରୀ ମନ ବିଏଲଓ ଆପ ମାଧ୍ୟମରେ ମୋବାଇଲରେ ଏହି ସର୍ଭେ କରୁଛନ୍ତି | ଏହି ସର୍ଭେର ଅଗ୍ରଗତି ଉପରେ ଆଲୋଚନା କରଯାଇଥିଲା | ଏହି ବୈଠକରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସୁପରଭାଇଜର ଧନସିଂ ତନ୍ତୀ, ରତିକାନ୍ତ ନାୟକ, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ସମେତ ବ୍ଲକ ର ୫୪ ଟି ବୁଥର ୫୪ ଜଣ ବୁଥ ସ୍ତରୀୟ କାଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ ! !

Sunil Chandra Nayak

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!