ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବନାଥପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼,୨୪/୦୭(ମନିସ)-ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଯୋଗ ଦେଇ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ! ଏଇ ଅବସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ପିଏ ଆଇଟିଡିଏ ଟୁନୁ ମେହେର, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବିଭୁତିଭୂଷଣ ଶତପଥୀ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକ ଗ୍ରହଣ କରିଥିଲେ ! ଏଥିରେ ସମୁଦାୟ ୧୦୬ ଗୋଟି ଅଭିଯୋଗ ପଞ୍ଜୀକ୍ରୁତ ହୋଇଥିବାବେଳେ ୧୩ଟି ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା ! ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଛତ୍ରପୁର ପଞ୍ଚାୟତ ନଙ୍ଗଳବେଡ଼ା ଗାଁର କାଜଲ ପାତ୍ରଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ! ବ୍ଲକସ୍ତରୀୟ ବିଭିନ୍ନ ବିଭାଗର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଲାୟନସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ , ଜଗନ୍ନାଥ ମହାପାତ୍ର ପୁନର୍ବାର ପଞ୍ଚମ ଥର ପାଇଁ ସଭାପତି 

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

Sunil Chandra Nayak

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

Sunil Chandra Nayak

Leave a Comment

error: Content is protected !!