ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ତଥା ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ଅନୁଷ୍ଠିତ

ରାଉରକେଲା/ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ଭୁବନେଶ୍ୱର ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଏବଂ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି ସମାରୋହ ରେ ଓକା ଅlଇଡଲ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ଦଶ ଜଣ ପ୍ରତିଭା ଙ୍କୁ ଓକା ଆଇଡଲ ସମ୍ମାନ ପ୍ରଦାନ କରାଯାଇଥିଲା l ସେହିପରି ସାମ୍ବାଦିକତା, କଳା, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମହର୍ଷି ବେଦବ୍ୟାସ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଲିକ ସଭାପତିତ୍ବ ଓ ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ଅତିଥି ଭାବେ ନିରୁପମା ଦାଶ ଯୋଗଦେଇଥିବାବେଳେ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ମାନସୀ ଦେ, ନଳିନୀପ୍ରଭା ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ଆରଏସପିର ମହାପ୍ରବନ୍ଧକ ରାଜୀବ କୁମାର ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୋପୀନାଥ ପଟ୍ଟନାୟକ, ଚନ୍ଦ୍ରଶେଖର ଶତପଥୀ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଗୀତିକାର ନଳିନୀପ୍ରଭା ଦାସ, କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ ଓ ଟେନ୍ସା ର ସରପଞ୍ଚ ଅନିତା ପୂର୍ତ୍ତି ତଥା ସାରସ୍ବତ ସାଧକ ଶରତଚନ୍ଦ୍ର ଧଳ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଗୁରୁ ପୁଲିନ ଚନ୍ଦ୍ର ରାଉତରାୟ ସ୍ବାଗତ ସଂଗୀତ ଗାନ କରିଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ କନକଲତା ମିଶ୍ର, ସୁଶ୍ରୀ ସଂଗୀତା ଦାଶ, ରୀନାରାଣୀ ସ୍ବାଇଁ, ସସ୍ମିତା ପ୍ରଧାନ, ସୁଶାନ୍ତ କୁମାର ନାୟକ, ମୃତ୍ୟୁଞ୍ଜୟ ବାସା, ପୁଷ୍ପା ମିଶ୍ର, ସସ୍ମିତା ବେଉରା ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଶୁଭାରମ୍ଭ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା

Sunil Chandra Nayak

ଜୁନାଗଡ଼ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

masiha

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଭା

Leave a Comment

error: Content is protected !!