ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା  ଦୋକାନ ଘରକୁ ପଶିଗଲା ପିକଅପ୍ ଭ୍ୟାନ, ଜଣେ ମୃତ 

ଜତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା

 ଦୋକାନ ଘରକୁ ପଶିଗଲା ପିକଅପ୍ ଭ୍ୟାନ, ଜଣେ ମୃତ 

ରାଇରଙ୍ଗପୁର ୨୮/୦୬  ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ୨୨୦ ନଂ ଜାତୀୟ ରାଜପଥ ବାନାଡୁଙ୍ଗୁରି ଗ୍ରାମରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଆଜି ଭୋର ୫ ଟା ସମୟରେ ଭାରସାମ୍ୟ ହରାଇ ଏକ ଦୋକାନ ଘର ଭିତରକୁ ପଶିଯାଇଥିଲା ଏକ ପିକଅପ୍ ଭ୍ୟାନ। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ଦୋକାନ ମାଲିକ ଛବିରାଣି ଦତ୍ତ। ଘଟଣା ସ୍ଥଳରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରୁଛନ୍ତି। ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ବହଳଦା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ବନ୍ୟାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବେପାରୁଆ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ।ପୋଲିସ ଏବଂ ପରିବହନ ବିଭାଗର ଦୃତଗତି ଓ ନିଶାଗ୍ରସ୍ତ ଚାଳକଙ୍କୁ ନିୟନ୍ତ୍ରଣ କରିବା ଜରୁରୀ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

Spiritual Person Bhikari Charan Jena passed away. 

masiha

ଜୁନାଗଡ଼ କଳାବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ଉଦଯାପିତ 

masiha

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

Leave a Comment

error: Content is protected !!