ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରିୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଓ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

ରାଷ୍ଟ୍ରିୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଓ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

ରାଉରକେଲା: ରାଷ୍ଟ୍ରିୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଓ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଜଗଦା ସ୍ଥିତ ପ୍ରଗତି ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ରା ବିଇଓ ସଦାନନ୍ଦ ପ୍ରଧାନଙ୍କ ସଭାପତିତ୍ବ ଓ ସଂଗଠନ ସମ୍ପାଦକ ହୃଷିକେଶ ନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ବିଦ୍ୟାମନ୍ଦିର ଠାରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି , ସମ୍ମାନିତ ଅତିଥି ଭାବେ ସୋନା ପର୍ବତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁପ୍ରଭାତ କୁମାର ବେହେରା,ଝିରପାଣି ସରପଞ୍ଚ ଅଜିତ ତିର୍କି,ବିଶ୍ରା ଏବିଇଓ ଆରତୀ ପ୍ରଧାନ, ବିଦ୍ୟାଳୟର ସମ୍ପାଦକ କାଲ୍ଲା ଖାଲକୋ ଓ ମୁଖ୍ୟବକ୍ତା ଭାବେ ଡାକ୍ତର ଅମରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ଓ ସେମାନଙ୍କର ବୈଜ୍ଞାନିକ ମନୋଭାବ କୁ ପ୍ରଶଂସା କରିଥିଲେ। ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ବିଶ୍ରା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଫୁଲମତୀ କେରକେଟା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ପ୍ରତିମା ପାତ୍ର,ବିଶ୍ରା ଏବିଇଓ ସତ୍ୟଭାମା ବେହେରା, ସମାଜସେବୀ ସଂଜୀବ କୁମାର ମହାନ୍ତି, ଅଧ୍ୟାପକ ମନୋଜ ସାମଲ, ଝିରପାଣି ହାଇସ୍କୁଲ ର ଉର୍ଷିଲା ତିର୍କି ଓ ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀ ଗୁଡିକ ବୁଲି ଦେଖିବା ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ମୂଲ୍ୟାଙ୍କନ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ୬୦ଟି ପ୍ରାଥମିକ,୩୩ଟି ଉଚ୍ଚ ପ୍ରାଥମିକ ଓ ୧୬ ଟି ଉଚ୍ଚ ବିଦ୍ୟାଳୟର ୨୩୨ଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା। ବ୍ଲକରେ ଥିବା ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ତଥା ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦ ପକ୍ଷରୁ ବେହେରା ଗୁଡା ଗ୍ରାମରେ ସାଂଗଠନିକ ସଭା ଅନୁଷ୍ଠିତ

masiha

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

Sunil Chandra Nayak

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ

masiha

Leave a Comment

error: Content is protected !!