ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥେଟ୍ ଆଧୁନିକ ନାଗପୁରୀ ଲାଇଟ୍ ଆସନ୍ତା ୨୪ ରେ ..

ଥେଟ୍ ଆଧୁନିକ ନାଗପୁରୀ ଲାଇଟ୍ ଆସନ୍ତା ୨୪ ରେ ……

 ରାଉରକେଲା: ଇନ୍ଦ୍ରଧନୁଷ ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ଥେଟ୍ ଆଧୁନିକ ନାଗପୁରୀ ନାଇଟ୍ ଆସନ୍ତା ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଲୁଲୁ ସାହୁ ଓ ବିଜୟ ସୁନ୍ଦରାୟ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ଗୀତ ଥେଟ୍ ଆଧୁନିକ ନାଗପୁରୀ ନାଇଟ ଅନୁଷ୍ଠିତ ହେବ। ଏଥିରେ ପାରମ୍ପରିକ ଗୀତ, ଦୀପମାଲା ଲାକ୍ରା ଏଣ୍ଡ ଗୃପ ଦ୍ବାରା ଓଡିଶୀ ନୃତ୍ୟ ସହ କଳାକାରଙ୍କ ଦ୍ବାରା ନାଗପୁରୀ ଲୋକନୃତ୍ୟ ପରିବେଷଣ କରାଯିବ। ନିତିଶ କଶ୍ୟପ,ସୁମନ ଗୁପ୍ତା ଓ ଉର୍ମିଳା ମାହାନ୍ତ ପ୍ରମୁଖ ସୁପ୍ରସିଦ୍ଧ ଗାୟକ ମାନେ ସଂଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ଉଦଘାଟକ ତଥା ସମ୍ମାନିତ ଅତିଥି ଭାବେ ଗଣେଶ ପ୍ରସାଦ ବାଗାଡିଆ, ରାଜେଶ ମହାପାତ୍ର,ଶୁଭ ପଟ୍ଟନାୟକ, ଅମିତ୍ ଅଗ୍ରୱାଲ,ସୁନିଲ କାୟଲ,କମଲ ଅଗ୍ରୱାଲ, ଅଜିତ ତିର୍କି, ଡାକ୍ତର କୁନାଲ ବର୍ମା, ପବନ ଅଗ୍ରୱାଲ, ସନ୍ଦୀପ ମିଶ୍ର, ଦିଲ୍ଲିପ ମହାପାତ୍ର,ସୁମିତ କୁମାର ଓ କାର୍ତ୍ତିକ ରାଉତ ପ୍ରମୁଖ ଯୋଗଦେବେ। ତେଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସବିତା ଖାତୁନ,ରୂପା ଭଟ୍ଟ,ରିଶି ଆର୍ଯ୍ୟ, ଅନିତା ପଟ୍ଟନାୟକ, ରଶ୍ମିତା ମଲ୍ଲିକ, ଅଭିଷେକ ରାଉତ,ପ୍ରତୀକ ଶତପଥୀ, ଜ୍ଞାନରଞ୍ଜନ ପ୍ରଧାନ, ବନ୍ଦିତା ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

masiha

ସମାଜସେବୀ ପତିତପାବନ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

masiha

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!