ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତ ଅଭାବରୁ ଶିଶୁ ମୃତ୍ୟୁ ଘଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ  ୭ ଦିନ ମଧ୍ୟରେ ରିପୋର୍ଟ ତଲବ….

ରକ୍ତ ଅଭାବରୁ ଶିଶୁ ମୃତ୍ୟୁ ଘଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ 

୭ ଦିନ ମଧ୍ୟରେ ରିପୋର୍ଟ ତଲବ….

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲାରେ ରକ୍ତ ଅଭାବ ଯୋଗୁଁ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଓ ଶିଶୁ ସ୍ୱାସ୍ଥ୍ୟସେବାରେ ଗୁରୁତର ଅବ୍ୟବସ୍ଥା ସମ୍ପର୍କିତ ଅଭିଯୋଗକୁ ନେଇ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (NCPCR) କଠୋର ପଦକ୍ଷେପ ନେଇଛି। ଆୟୋଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନୋଟିସ ଜାରି କରାଯାଇ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ୭ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୩୦ ଜୁନ୍ ୨୦୨୬ ତାରିଖରେ ଜାରି ହୋଇଥିବା ଏହି ନୋଟିସରେ କୁହାଯାଇଛି ଯେ, କଳାହାଣ୍ଡି ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ସିପିଗ୍ରାମ୍ସ (CPGRAMS) ଜରିଆରେ ଦାଖଲ ହୋଇଥିବା ଅଭିଯୋଗ ଏବଂ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ ଏହି ମାମଲାର ସ୍ୱତଃପ୍ରଣୋଦିତ ଭାବେ ଗ୍ରହଣ କରିଛି।

ସୂଚନା ଅନୁଯାୟୀ, ଠିକଣା ସମୟରେ ରକ୍ତ ମିଳିନଥିବାରୁ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଏକ ୫ ମାସର ଶିଶୁ ଆବଶ୍ୟକୀୟ ପରୀକ୍ଷା କରାଇ ପାରିନଥିବା ଘଟଣା ମଧ୍ୟ ଆୟୋଗଙ୍କ ଦୃଷ୍ଟିକୁ ଆସିଛି। ଏହା କଳାହାଣ୍ଡି ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟସେବା, ରକ୍ତ ଯୋଗାଣ ବ୍ୟବସ୍ଥା ଓ ଚିକିତ୍ସା ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନୋଟିସରେ ସ୍ପଷ୍ଟ କରାଯାଇଛି ଯେ, ଶିଶୁ ଅଧିକାର ସୁରକ୍ଷା ଆଇନ, ୨୦୦୫ର ଧାରା–୧୩ ଅନୁଯାୟୀ ଆୟୋଗ ଏହି ମାମଲାର ତଦନ୍ତ କରିବାର କ୍ଷମତା ରଖିଥାଏ। ସେହିପରି ଧାରା–୧୪ ଅନୁସାରେ ଆୟୋଗଙ୍କୁ ସିଭିଲ୍ କୋର୍ଟ ସଦୃଶ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି। ଏହି କାରଣରୁ ଜିଲ୍ଲା ପ୍ରଶାସନକୁ ଘଟଣାର ସମସ୍ତ ଦିଗରେ ତଦନ୍ତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

ଏହି ଘଟଣା ପରେ କଳାହାଣ୍ଡିର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଛି। ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ରକ୍ତ ଉପଲବ୍ଧ ଥିଲା କି ନାହିଁ, ସମୟରେ ଚିକିତ୍ସା କାହିଁକି ମିଳିଲା ନାହିଁ, ଏଥିପାଇଁ କେଉଁ ଅଧିକାରୀ କିମ୍ବା ସଂସ୍ଥା ଦାୟୀ,ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବେ ତଦନ୍ତ ରିପୋର୍ଟ ପରେ ସ୍ପଷ୍ଟ ହେବ।

ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ହେବାକୁ ଥିବା ରିପୋର୍ଟ ଆଧାରରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପରବର୍ତ୍ତୀ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ସ୍ୱାସ୍ଥ୍ୟ ସେବାରେ ଏପରି ଅବହେଳା ପୁଣି ନଘଟୁ, ଶିଶୁମାନଙ୍କ ପାଇଁ ରକ୍ତ, ଚିକିତ୍ସା ଓ ଜରୁରୀ ସେବାର ଉପଲବ୍ଧତା ସୁନିଶ୍ଚିତ କରାଯାଉ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସାଧାରଣରେ ଦାବି ଜୋର ଧରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

Sunil Chandra Nayak

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

Sunil Chandra Nayak

Leave a Comment

error: Content is protected !!