ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଜେକେବିକେ” ୯୪ ବ୍ୟାଚର ବନ୍ଧୁମିଳନ ପର୍ବ

“ଜେକେବିକେ” ୯୪ ବ୍ୟାଚର ବନ୍ଧୁମିଳନ ପର୍ବ

କଟକ : ଗତ ଡିସେମ୍ବର ମାସ ୨୯ ତାରିଖ ରବିବାର ଦିନ ଜେ.କେ.ବି.କେ.୯୪ ବ୍ୟାଚର ଏକ ବନ୍ଧୁମିଳନ ସ୍ଥାନୀୟ ବୀରିବାଟି ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଇଂଲିଶ ମିଡିୟମ୍ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜେ.କେ.ବି.କେ. ମହାବିଦ୍ୟାଳୟର ୧୯୯୪ ଶିକ୍ଷାବର୍ଷର ବିଭିନ୍ନ ବିଭାଗର ପ୍ରାୟ ୬୦ ଜଣ ଛାତ୍ର ଓ ଛାତ୍ରୀ ୩୦ ବର୍ଷ ପରେ ଏକାଠି ହେବାର ସୁଯୋଗ ପାଇ ନିଜ କଲେଜ ଜୀବନର ସ୍ମୃତି କୁ ରୋମାନ୍ଥନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରାତନ ବନ୍ଧୁ ମାନଙ୍କ ମଧ୍ୟରେ ଚାଲିଥିଲା । ଏହି ବନ୍ଧୁମିଳନ ଉତ୍ସବ ସଫଳ କରିବାପାଇଁ ସୀତାକାନ୍ତ ପଣ୍ଡା,ପ୍ରଦୀପ୍ତ କୁମାର ପାଣି,ମାନସ କୁମାର ସ୍ବାଇଁ,ଦେବୀ ପ୍ରସାଦପରିଡ଼ା, ବିଦ୍ୟୁତ୍ ପ୍ରିୟା ପଟ୍ଟନାୟକ,ଲତିକା ମହାନ୍ତି,ଗୀତାଞ୍ଜଳି ଦ୍ବିବେଦୀ ପ୍ରମୁଖ ଉଦ୍ୟମ କରିଥିଲେ। ଏହିପରି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ସମସ୍ତେ ମିଳିମିଶି ଉଦ୍ୟମ କରିବେ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଜିଠାରୁ ପୁଣି ଦୁଲୁକିବ ଚଇତି ମଞ୍ଚ। – ରଙ୍ଗାରଙ୍ଗ କାର୍ଯକ୍ରମରେ ପୁଣି ଦୁଲିକିବ ଚଇତି ମଞ୍ଚ

masiha

ବିଶୋଇରେ ଟିପିଏନଓଡିଏଲ ବିଦ୍ୟୁତ ସୁରକ୍ଷା ସପ୍ତାହ

ସହାୟତା ଅପେକ୍ଷାରେ ପରିବା ଚାଷୀ 

Sunil Chandra Nayak

Leave a Comment

error: Content is protected !!