ରାୟଗଡ:–ରାୟଗଡ଼ ଜିଲ୍ଲାରେ ରାଜସ୍ବ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାର ରାଜସ୍ୱ କରଛରୀ, ତହସିଲଦାର ମାନଙ୍କୁ ଜିଲ୍ଲାପାଳ ଆଜି ପୁରସ୍କୃତ କରିଛନ୍ତି l ଆଜି ସ୍ଥାନୀୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ରାଜସ୍ୱ ବୈଠକରେ ଜିଲ୍ଲାପାଳ ରାୟଗଡ ସ୍ୱାଧାଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ରାୟଗଡ ଉପଜିଲ୍ଲାପାଳ ଭୀମସେନ ଶବର, ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର,ଜିଲ୍ଲାର 11ଗୋଟି ତହସିଲର ତହସିଲଦାର, ରାଜସ୍ୱ ସୁପରଭାଇଜର ଓ ରାଜସ୍ୱ ନିରୀକ୍ଷକ ମାନେ ଉପସ୍ଥିତ ରହି ରାଜସ୍ବ ଆଦାୟ କ୍ଷେତ୍ରରେ ଆଲୋଚନା କରିଥିଲେ l ଏହି ବୈଠକରେ ତହସିଲଦାର ମାନଙ୍କୁ ଦିଆଯାଇଥିବା ଲକ୍ଷ ଧାର୍ଯ୍ୟ ଓ ସଫଳତା ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ l ଉଲ୍ଲେଖନୀୟ ସଫଳତା ପାଇଁ ବିଶେଷ କରି 2022-23 ଆର୍ଥିକ ବର୍ଷରେ ସାର୍ଟିଫିକେଟ କେଶ ଫଇସଲା କ୍ଷେତ୍ରରେ ଗୁଡାରି ତହସିଲଦାର, ବିଦ୍ୟାଳୟ ଜମିଜମା ଫଇସଲା କ୍ଷେତ୍ରରେ ଗୁଣପୁର ତହସିଲଦାରଙ୍କୁ ଏବଂ ତାଙ୍କର ଟିମକୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ l ସେହିପରି ମୁନିଗୁଡା ତହସିଲ 2022-23 ବର୍ଷରେ ପୁରୁଣା ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଅନ୍ତର୍ଗତ ଶିବପଦର ରାଜସ୍ବ ନିରୀକ୍ଷକ ଏବଂ ତାଙ୍କ ଟିମକୁ ପ୍ରଥମ, ରାୟାଗଡ଼ ତହସିଲ ଅନ୍ତର୍ଗତ କୋମତାଲପେଟା ରାଜସ୍ୱ ନିରୀକ୍ଷକ ଏବଂ ତାଙ୍କ ଟିମକୁ ପୁରୁଣା ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ଦ୍ଵିତୀୟ ପୁରସ୍କାର,ମୁନିଗୁଡା ତହସିଲ ଅନ୍ତର୍ଗତ ଆମ୍ବଦଳା ରାଜସ୍ୱ ନିରୀକ୍ଷକ ଏବଂ ତାଙ୍କ ଟିମକୁ ପୁରୁଣା ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ତୃତୀୟ ପୁରସ୍କାର ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ରାୟଗଡ ତହସିଲ ଏବଂ ତାଙ୍କ ଟିମକୁ ନଥିପତ୍ର ରକ୍ଷାଣା ବେକ୍ଷଣ ଓ ଆରଓ ଆର ଅଧୁନାତନ କରିବାରେ ଉଲ୍ଲେଖନୀୟ ସଫଳତା ଜିଲ୍ଲାପାଳ ପୁରସ୍କୃତ କରିଥିଲେ l ରାମନାଗୁଡ଼ା ତହସିଲର ଗରଣ୍ଡା ଆରଆଇ, ପଦ୍ମପୁର ତହସିଲର ଆରଆଇ, କୋଲନର ଆରଆଇକୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ,ଏବଂ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥି ଜିଲ୍ଲାପାଳ ପୁରସ୍କୃତ କରିଥିଲେ l ସେହିପରି ସ୍ୱାମୀତ୍ୱ ଯୋଜନାର କାର୍ଯ୍ୟ କରିବାରେ ଗୁଡାରି ତହସିଲର ଢ଼େପଗୁଡ଼ା ଆରଆଇ, ଗୁଣପୁର ତହସିଲର ଚାଲଖାମ୍ବା ଆରଆଇ ଓ ରାୟଗଡା ତହସିଲର ଗଜିଗାଁ ଆରଆଇକୁ ଯଥାକ୍ରମେ ପ୍ରଥମ, ଦ୍ବିତିୟ ଓ ତୃତୀତ ଜିଲ୍ଲାପାଳ ପୁରସ୍କୃତ କରିଥିଲେ l
ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ


