ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନୋଜ ଦାସ ଥିଲେ ଓଡ଼ିଆ କଥାସାହିତ୍ୟର ଅପୂର୍ବ ବିନ୍ଧାଣୀ

ଇସ୍ପାତ ସାହିତ୍ୟ ସଂସଦରେ ମନୋଜ ଦାସଙ୍କ ସ୍ମୃତିରେ ସାହିତ୍ୟ ଆସର

ରାଉରକେଲା // ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଇସ୍ପାତ ସାହିତ୍ୟ ସଂସଦ’ ଆନୁକୁଲ୍ୟରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଅଣୁ ଗଳ୍ପ ପାଠ ଆସର ଅନୁଷ୍ଠିତ ହେବା ଅବସରରେ ମନୋଜ ଦାସଙ୍କ କଥା ସାହିତ୍ୟ ଆଲୋଚନା ଏବଂ ପୁସ୍ତକ ଅନାବରଣ ପ୍ରଭୃତି କାର୍ଯ୍ୟ କ୍ରମ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର -୭ ସ୍ଥିତ ସଂସଦର ସଭାଗୃହରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ରିମ୍ସର ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ପଟ୍ଟନାୟକ ଯୋଗ ଦେଇ ମନୋଜ ଦାସଙ୍କ ଜୀବନୀ ତଥା ତାଙ୍କ ସହ ଥିବା ଅନ୍ତରଙ୍ଗ ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ କରୁଣାକର ପାଟଶାଣୀ ଯୋଗଦେଇ ମନୋଜ ଦାସଙ୍କ କଥା ସାହିତ୍ୟରେ ଆତ୍ମିକ ବିଚାର ଉପରେ ଆଲୋଚନା କରି ସେ ଓଡ଼ିଆ କଥାସାହିତ୍ୟର ଅପୂର୍ବ ବାନ୍ଧାଣୀ ବୋଲି ଅଭିହିତ କରିଥିଲେ। ଶ୍ରୀମତୀ କନକଲତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ବିଶ୍ବାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଂସଦର କାର୍ଯ୍ୟ କ୍ରମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ ନନ୍ଦ କାର୍ଯ୍ୟକ୍ରମ ସମ୍ପର୍କରେ ନିଜସ୍ଵ ମତ ରଖିଥିଲେ। ଯୁବ ଗାଳ୍ପିକ ରଶ୍ମି ରମଣ ନନ୍ଦଙ୍କ ଶିଶୁ ଗଳ୍ପ ସଂକଳନ ‘କଥା କୌତୁକ’ କୁ ଅତିଥି ମାନେ ଅନାବରଣ କରିଥିଲେ। ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ପତି କହିଲେ ଯେ, ଏ ପୁସ୍ତକଟିର ସାମାଜିକ ମହତ୍ତ୍ଵ ରହିଛି। ନିକଟରେ ରାଜ୍ୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ହୋଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟିନୀ ଜେନାଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟର ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାଥ ଦାସ।

ଦ୍ବିତୀୟ ପର୍ଯ୍ୟାୟ ଅଣୁ ଗଳ୍ପ ପାଠ ଆସରରେ ଅଧ୍ୟକ୍ଷତା କରିଥିଲେ ଉପସଭାନେତ୍ରୀ ରଶ୍ମୀ ବାଳା ରାଉତରାୟ ଏବଂ ସଂଯୋଜନା କରିଥିଲେ ବିକ୍ରମ ଆଚାର୍ଯ୍ୟ ଏବଂ ପୁଷ୍ପାରାଣୀ ପଟେଲ। ଡଃ. କିଶୋରୀ ଦାଶ, ସବିତା ବସ୍ତିଆ, ଗୋୖତମ ଦାସ, ବିଜୟିନୀ ଜେନା, ସତ୍ୟବ୍ରତ ଦାସ, ଉପେନ୍ଦ୍ର ବସ୍ତିଆ, ପୁଷ୍ପାରାଣୀ ପଟେଲ, ନୃସିଂହ ଚରଣ ବିଶ୍ବାଳ, ମଞ୍ଜୁଳା କୁମାରୀ ରଥ, ଡାକ୍ତର ଗୀତାଞ୍ଜଳି ପତ୍ରୀ, ବ୍ରଜେନ୍ଦ୍ର ଦାସ, ବିକ୍ରମ ଆଚାର୍ଯ୍ୟ, ବନଲତା ମିଶ୍ର, ରଶ୍ମି ବାଳା ରାଉତରାୟ ପ୍ରମୁଖ ଅଣୁ ଗଳ୍ପ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗାଳ୍ପିକ ଭୂପେନ ମହାପାତ୍ର, ଡଃ.ନଗେନ ଦାସ, ଅକ୍ଷୟ କୁମାର ସାମଲ, ତ୍ରିଲୋଚନ ମଥାନ, ଡଃ. ଶକ୍ତି ପ୍ରସାଦ ସାମନ୍ତରାୟ, ଡଃ. ଅନଙ୍ଗ କୁମାର ପ୍ରହରାଜ, ପ୍ରଶାନ୍ତ କୁମାର ଦାସ, ଅଶୋକ ବଳ, ବିଭୁ ନାୟକ, ପ୍ରକାଶ ପଣ୍ଡା, ଗଙ୍ଗାଧର ପୁହାଣ, ବ୍ରଜ ବିହାରୀ ଦାସ, କଳ୍ପନା ନନ୍ଦ, ଶୁଭକାନ୍ତ ମହାପାତ୍ର, ରଶ୍ମୀ ସାହୁ, ଇଂ. ଅଶୋକ ପଟ୍ଟନାୟକ, ସୁମିତ୍ରା ମିଶ୍ର, ଶ୍ବେତ ବେହେରା, ମମତା ଜେନା, ପ୍ରଫୁଲ୍ଲ ସାମଲ, ସସ୍ମିତା ପ୍ରଧାନ, ଶିବ ପ୍ରସାଦ ବେହେରା, ଗୀତାଞ୍ଜଳି ବେହେରା, ପ୍ରଦୀପ ପଣ୍ଡା ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ। ଶେଷରେ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

Swabhav Swachchta – Sanskaar Swachchta: Walkathon Organised by Waltair Division

Sunil Chandra Nayak

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!