ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ତିନି ଦିନିଆ ଆସାମ ଗସ୍ତ

ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ବିଶେଷ ଅନୁସନ୍ଧାନ ଏବଂ ତଦନ୍ତ ସକାଶେ ସଂସଦୀୟ ସ୍ଥାୟୀ କମିଟି ର ତିନି ଦିନିଆ ଅଧ୍ୟୟନ ଭ୍ରମଣ କାର୍ଯ୍ୟକ୍ରମ ରହିଛି,.ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉକ୍ତ କମିଟି ର ସଦସ୍ୟ ଅଛନ୍ତି l ଏହି କମିଟି ଆସାମ ରାଜ୍ୟ ର କାଜିରଙ୍ଗା ଜାତୀୟ ଉଦ୍ୟାନ, ବୈଜ୍ଞାନିକ ତଥା ଔଦ୍ୟୋଗୀକ ଅନୁସନ୍ଧାନ ପରିଷଦ ଜୋରହଟ, କେନ୍ଦ୍ରୀୟ ରେଞ୍ଜ କୋହରା, ଆସାମ ସ୍ଥିତ ପଶ୍ଚିମ ରେଞ୍ଜ ବୋଗୋରି, ଉତ୍ତର ପୂର୍ବ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଦି ପରିଦର୍ଶନ କରିବେ l ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ଜଙ୍ଗଲ, ପରିବେଶ,ଜଳବାୟୁ ପରିବର୍ତ୍ତନ ର ବିକାଶ କ୍ଷେତ୍ରରେ ଉକ୍ତ ପ୍ରତିଷ୍ଠାନ ଗୁଡିକ ର ଭୂମିକା, ଅବଦାନ,ସଫଳତା, ଉପାଦେୟତା,ସମସ୍ୟା, ସମାଧାନ ପ୍ରଭୃତି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ l କାଜିରାଙ୍ଗା ଜାତୀୟ ଉଦ୍ୟାନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ବିଭିନ୍ନ ସମସ୍ୟା ସମ୍ପର୍କ ରେ କମିଟି ରାଜ୍ୟ ର ନାଗରିକ କମିଟି ସଦସ୍ୟ ଏନ ଜି ଓ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛିl

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ 

masiha

ଅଭାବନୀୟ ଚିତ୍ର… ପରିବାରର ୬ ଜଣ ଙ୍କ ମଧ୍ୟରୁ ୪ ଜଣ ପୁରୁଷ ଲୋକ ଦିବ୍ୟାଙ୍ଗ

masiha

ବିଷମକଟକ: ଚୋରା ମଦ କାରବାର ନେଇ ବସପା ର ବ୍ୟଙ୍ଗାତ୍ମକ ପ୍ରଦର୍ଶନ ‘ନିଖୋଜ’ ପୋଷ୍ଟର ଲଗାଇ ଅବକାରୀ ବିଭାଗ ବିରୁଦ୍ଧରେ ରାସ୍ତା କୁ ଓଲ୍ହାଇଲା ବହୁଜନ ସମାଜ ପାର୍ଟି 

Sunil Chandra Nayak

Leave a Comment

error: Content is protected !!