ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ତିନି ଦିନିଆ ଆସାମ ଗସ୍ତ

ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ବିଶେଷ ଅନୁସନ୍ଧାନ ଏବଂ ତଦନ୍ତ ସକାଶେ ସଂସଦୀୟ ସ୍ଥାୟୀ କମିଟି ର ତିନି ଦିନିଆ ଅଧ୍ୟୟନ ଭ୍ରମଣ କାର୍ଯ୍ୟକ୍ରମ ରହିଛି,.ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉକ୍ତ କମିଟି ର ସଦସ୍ୟ ଅଛନ୍ତି l ଏହି କମିଟି ଆସାମ ରାଜ୍ୟ ର କାଜିରଙ୍ଗା ଜାତୀୟ ଉଦ୍ୟାନ, ବୈଜ୍ଞାନିକ ତଥା ଔଦ୍ୟୋଗୀକ ଅନୁସନ୍ଧାନ ପରିଷଦ ଜୋରହଟ, କେନ୍ଦ୍ରୀୟ ରେଞ୍ଜ କୋହରା, ଆସାମ ସ୍ଥିତ ପଶ୍ଚିମ ରେଞ୍ଜ ବୋଗୋରି, ଉତ୍ତର ପୂର୍ବ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଦି ପରିଦର୍ଶନ କରିବେ l ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ଜଙ୍ଗଲ, ପରିବେଶ,ଜଳବାୟୁ ପରିବର୍ତ୍ତନ ର ବିକାଶ କ୍ଷେତ୍ରରେ ଉକ୍ତ ପ୍ରତିଷ୍ଠାନ ଗୁଡିକ ର ଭୂମିକା, ଅବଦାନ,ସଫଳତା, ଉପାଦେୟତା,ସମସ୍ୟା, ସମାଧାନ ପ୍ରଭୃତି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ l କାଜିରାଙ୍ଗା ଜାତୀୟ ଉଦ୍ୟାନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ବିଭିନ୍ନ ସମସ୍ୟା ସମ୍ପର୍କ ରେ କମିଟି ରାଜ୍ୟ ର ନାଗରିକ କମିଟି ସଦସ୍ୟ ଏନ ଜି ଓ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛିl

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାତ ଘଣ୍ଟା ରେ ମୃତ୍ୟୁ     

masiha

ପୃର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଭlବେ ପାଳିତ 

masiha

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

Leave a Comment

error: Content is protected !!