ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ: ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ନବରଙ୍ଗପୁରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ: ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ନବରଙ୍ଗପୁର(୨୬.୦୫.୨୦୨୬)* (ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ଥିବାରୁ ସାଧାରଣ ଖାଉଟି ଅଯଥାରେ ଆତଙ୍କିତ ନ ହେବାକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଜିଲ୍ଲା ଯୋଗାଣ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ୨୪୫୪ଟି ଘରୋଇ ୧୪.୨ କେଜି ଏଲ ପି ଜି ସିଲିଣ୍ଡର ଓ ୨୫୧ଟି ବାଣିଜ୍ୟିକ 19 କେଜି ସିଲିଣ୍ଡର ଷ୍ଟକରେ ରହିଛି। ଉଜ୍ଜ୍ୱଳା ଯୋଜନାରେ ୪୮୮ଟି ସିଲିଣ୍ଡର ଉପଲବ୍ଧ ଅଛି। ଏହାଛଡା ୧୮୪୦ଟି ସିଲିଣ୍ଡର ଟ୍ରାନଜିଟରେ ଅଛି।ଇନ୍ଧନ ଷ୍ଟକ୍ ସମ୍ପର୍କରେ ସୂଚନା ଦେଇ ବିଭାଗ କହିଛି ଯେ, ଜିଲ୍ଲାରେ ୪୫୬୫୦୬ ଲିଟର ପେଟ୍ରୋଲ(MS) , ୪୨୦୧୬୪ ଲିଟର ଡିଜେଲ (HSD) ଏବଂ ୪୩୨୪୬ ଲିଟର ସ୍ପିଡ୍ ପେଟ୍ରୋଲ ମହଜୁଦ ଅଛି। ଏଥିସହ ୯୦୦୦ ଲିଟର ପେଟ୍ରୋଲଓ ୧୦୬୦୦୦ ଲିଟର ଡିଜେଲ ଟ୍ରାନଜିଟରେ ଅଛି। ଆଗାମୀ ଦିନ ପାଇଁ ୧୦୩୦୦୦ ଲିଟର ପେଟ୍ରୋଲ ଓ ୧୭୯୦୦୦ ଲିଟର ଡିଜେଲ ପାଇଁ ଇଣ୍ଡେଣ୍ଟ ଦିଆ ଶେଷ ହୋଇଛି l ଯୋଗାଣ ବିଭାଗ ସ୍ପଷ୍ଟ କରିଛି ଯେ ଜିଲ୍ଲାରେ ଏଲ ପି ଜି ଓ ଇନ୍ଧନର ପର୍ଯ୍ୟାପ୍ତ ଷ୍ଟକ୍ ରହିଛି। ଖାଉଟିମାନେ ଅଯଥା ପାନିକ୍ ବୁକିଂ କିମ୍ବା ଅତିରିକ୍ତ ଷ୍ଟକ୍ ସଂଗ୍ରହ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଲପିଜି କଳାବଜାରୀ ରୋକିବାକୁ କଡ଼ା ପଦକ୍ଷେପ ନିଆଯାଉଥିବା ମଧ୍ୟ ବିଭାଗ କହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜମି ମାଫିଆ ଙ୍କ କବଜାରେ ଗୋଚର ଜମି !!!

ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ

Sunil Chandra Nayak

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

Leave a Comment

error: Content is protected !!