ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟିର ବୈଠକ

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟିର ବୈଠକ ‘

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ପଳାସଡ଼ଙ୍ଗୀ ଗ୍ରାମରେ ବିଶ୍ୱ ଯୁବକେନ୍ଦ୍ର ସଂସ୍ଥା ଆନୁକୂଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ଏକ ସଚେ ତ ନତା ବୈଠକ ଅନୁଷ୍ଠିତ ହୋଇଥିଲା I ବିଶ୍ୱ ଯୁବକେନ୍ଦ୍ର ସଂଯୋଜିକା ସୁମିତ୍ରା ସ୍ୱାଇଁ, ପ୍ରକଳ୍ପ ସହାୟିକା ସୁମିତ୍ରା ଦେହୁରୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଳେ ନିରାକାରଣ କରିବା ଏବଂ ଶିଶୁ ମାନଙ୍କ ଭବିସ୍ୟତ କୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଲକ୍ଷରେ ଆଲୋଚନା ହୋଇଥିଲା I ପଳାସଡ଼ଙ୍ଗୀ ଗ୍ରାମର ଅଙ୍ଗନାୱାଡି କର୍ମୀ, ଆଶା କର୍ମୀ , ଗ୍ରାମ ର ୱାର୍ଡ ସଭ୍ୟା,ଏବଂ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଗ୍ରାମବାସି ମାନେ ଉପସ୍ଥିତ ରହି ସମାଜ ଦାୟିତ୍ୱ ବୋଧର ପରିଚୟ ପ୍ରଦାନ କରିଥିଲେ I ବାଲ୍ୟ ବିବାହ ର ଭୟା ବହ କୁ ପରିଣାମ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଅ ପରିପକ୍ୱ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା , ଶିକ୍ଷା ରୁ ବଞ୍ଚିତ ହେବା ,ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖାଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା I ଏହାସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ଶହ ସମ୍ପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା I ସମାଜ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁ ପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା I ବୈଠକରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ I

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

masiha

ରାଇରଙ୍ଗପୁରରେ ସ୍ବଛ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ

masiha

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉପକରଣ ପାଇଁ ଆକଳନ ଶିବିର

masiha

Leave a Comment

error: Content is protected !!