ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପେଟ୍ରୋଲ ଓ ଡିଜେଲ୍ ର ଦର ବୃଦ୍ଧି କୁ ନେଇ କଳାହାଣ୍ଡି ବିଜୁ ଯୁବ- ଛାତ୍ର ଓ ମହିଳା ଜନତା ର ବିକ୍ଷୋଭ ପ୍ରଦର୍ଶନ

ପେଟ୍ରୋଲ ଓ ଡିଜେଲ୍ ର ଦର ବୃଦ୍ଧି କୁ ନେଇ କଳାହାଣ୍ଡି ବିଜୁ ଯୁବ- ଛାତ୍ର ଓ ମହିଳା ଜନତା ର ବିକ୍ଷୋଭ ପ୍ରଦର୍ଶନ

ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ଏହାକୁ ନେଇ କଳାହାଣ୍ଡି ବିଜୁ ଯୁବ- ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଭବାନୀପାଟଣା ଘୋଡାଘାଟ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ଶତାଧିକ ବିଜେଡି କର୍ମକର୍ତ୍ତା ପ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାରମ୍ବାର ପେଟ୍ରୋଲ ଓ ଡିଜେଲ୍ ର ଦର ବୃଦ୍ଧିକୁ ପ୍ରତିବାଦ କରିଥିଲେ। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ସିଧାସଳଖ ପ୍ରଭାବ ନିତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ପଡ଼ୁଛି । ଫଳରେ ସାଧାରଣ ଲୋକ, ମଧ୍ୟବିତ୍ତ ପରିବାର, ଚାଷୀ, ଶ୍ରମିକ, ଛୋଟ ବ୍ୟବସାୟୀ ଓ ପରିବହନ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଦରଦାମ ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଜନସାଧାରଣଙ୍କ ଦୁଃଖ କଷ୍ଟ ପ୍ରତି ସରକାରଙ୍କର କୌଣସି ସମ୍ୱେଦନଶୀଳତା ନାହିଁ ବୋଲି ବିଜେଡି କହିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ୍ କୁ ଜିଏସଟି ଅନ୍ତର୍ଭୁକ୍ତ ନକଲେ ଏବଂ ଦର ଉପରେ ସରକାର ଅଙ୍କୁଶ ଲଗାଇବାରେ ବିଫଳ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଦାସ, ବିଜେଡି ରାଜ୍ୟ ସମ୍ପାଦକ ଆଦିତ୍ୟ ନନ୍ଦ, ଜିଲ୍ଲା ବିଜେଡି ଉପ ସଭାପତି ପ୍ରଦୀପ ମୁଣ୍ଡ, ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ମନିନ୍ଦ୍ର ମହାନ୍ତି, ଜୋନ ମହିଳା ସଭାପତି ଲଳିତା ନାଏକ, ମହିଳା ସଭାନେତ୍ରୀ ସବିତା ପ୍ରଧାନ, ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, କ୍ଷିରସିନ୍ଧୁ ନାଏକ, ସେନାପତି ନାଏକ, ଶିବା ସାହୁ, ହରାମଣୀ ଗଣ୍ଡ, ପ୍ରଶାନ୍ତ ଠାକୁର, ରାଜୀବ ଲୋଚନ ଶତପଥୀ, ପିତବାସ ବେହେରା, ଅମିତ ଯାଦବ, ରଞ୍ଜୁକ୍ତା ପ୍ରଧାନ, ସମୀତା ମହାପାତ୍ର, ରବି ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇଥିଲେ।

Related posts

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଵିଜାତଳା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

Sunil Chandra Nayak

ବିଜୁ ପ୍ରତିଷ୍ଟା ଦିବସ ଓ ୨୫ ବର୍ଷ ବିଜେଡି ଶାସନ ପୁର୍ତ୍ତି ଅବସରରେ ପାଳନ କଲେ ବିଜେଡି କର୍ମୀ ବୃନ୍ଦ

Sunil Chandra Nayak

Leave a Comment

error: Content is protected !!