ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଛାତ୍ରୀ ହନ୍ତସନ୍ତ ତଥାପି ଆଡ଼ ଆଖିରେ ଚାହୁନି ପ୍ରଶାସନ ?   

  ତେନ୍ତୁଳିଖୁଣ୍ଟି ୦୩/୦୩/୨୩ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ କୁଜାଜାନୀଗୁଡା ତେନ୍ତୁଳିଗଛ ଛକ ନିକଟରେ ୨୦୧୮ ମସିହାରୁ ଅନୁସୂଚିତ ଜାତି ଓ ଅନୁସୂଚୀତ ଜନ ଜାତି ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏଠାରେ ବାଳକ ୨ଶହ ୭୬ ରହିଥିବା ବେଳେ ବାଳିକା, ୧ଶହ୨୪ ମୋଟ ୪ଶହ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ପରିତାପର ବିଷୟ ଦୀର୍ଘ ୬ ବର୍ଷ କାଳ ପରେ ମଧ୍ୟ ଏହି କୋମଳ ମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ନା ପାନୀୟ ପାଇଁ ପାଣିର ଵ୍ୟଵସ୍ଥା ନା ଅଛି ପରିଶ୍ରାଗାର ପାଇଁ ପାଣି ନା ,ଅଛି ଶୌଚାଳୟ ପାଇଁ ପାଣି ର ବ୍ୟବସ୍ଥା । ସରକାର ପିଲାମାନଙ୍କ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ହେଲେ ଏସବୁ ଯାଉଛି କୁଆଡେ ? ଏହି ନଗ୍ନ ଚିତ୍ର ଦେଖିଲେ ସରକାର ଙ୍କ ଯୋଜନା କିଭଳି କାର୍ଯ୍ୟ କରୁଛି? ଦୈନିକ ଜରୁରୀ ଆବଶ୍ୟକ ପଡୁଥିବା ପାଣି ଶୌଚାଳୟ ପାଇଁ ପିଲାଏ ହନ୍ତସନ୍ତ ହେଉଥିବା ବେଳେ ୨୩ ଏପ୍ରିଲ୍ ୨୦୨୨ ରେ ବିଦ୍ୟାଳୟ ଠାରୁ ୫ଶହ ମିଟର ଦୂରରେ ନଳ କୂଅ ଖନନ କରା ଯାଇଛି ସତ କିନ୍ତୁ ଦୀର୍ଘ ୧୦ ମାସ ହେଲାଣି ତଥାପି କାର୍ଯ୍ୟକାରୀ ହୋଇ ପାରିନାହିଁ । ସବୁଠାରୁ ବଡ଼ ପ୍ରଶ୍ନ ଏହି କୋମଳ ମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ୟା ଦାୟୀ କିଏ ? ପ୍ରଶାସନ ନା ରାଜ ନେତା । ବର୍ତ୍ତମାନ ନିଜ ର ପରିଷ୍କାର,ପରିଚ୍ଛନ୍ନତା ପାଇଁ ,ବାହାରେ ରହିଥିବା ପୋଖରୀ ,ଓ ନଳକୂପ ଉପରେ ନିର୍ଭର କରିଆସୁଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏଥି ପ୍ରତି କାର୍ଯ୍ୟରତ ରହିଥିବା ଶିକ୍ଷକ , ଶିକ୍ଷୟତ୍ରୀ ମାନେ ସବୁବେଳେ ଚିନ୍ତାରେ ରହୁଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ରହିଲା ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ପ୍ରଶାସନ କେତେ ତତ୍ପରତା ହେଉଛି। ସରକାର ମୋ ସରକାର ର ୫ଟି ନାମ ରେ ଶିକ୍ଷା ବିଭାଗ ବିଦ୍ୟାଳୟ ନାମ କୁ ମାତ୍ର ଯୋଜନା କରୁଛନ୍ତି ଯୋଜନା ଆସିବା ଆଗରୁ ବାଟରେ ଉଭାନ ହୋଇ ଯାଇଛି।ଏହି ରାସ୍ତା ନିକଟ ରେ ଥିବା ଛାତ୍ରାବାସ ଦେଇ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରକଳ୍ପ ପ୍ରଶାସକ, ଗୋଷ୍ଟି ଉନ୍ନୟନ ଅଧିକାରୀ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ବାରମ୍ବାର ଗସ୍ତ କରୁଛନ୍ତି।ହେଲେ ଏହି ସମସ୍ୟା ପ୍ରତି ଦୃଷ୍ଟି ନ ଦେବା ପ୍ରଶାସନ ର ଆଡ ଆଖିରେ ନ ଦେଖିବା ସଦୃଶ୍ୟ ବୋଲି ସାଧାରଣରେ ଆଲୋଚନା ଚାଲିଛି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ଙ୍କ ସହିତ ଯୋଗାଯୋଗ କରିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।ହେଲେ ଦେଖିବାକୁ ବାକୁ ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ କାର୍ଯ୍ୟ କାରୀ କରୁଛି ନା ନାହି ତାହା ଦେଖିବାକୁ ବାକି ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

କନ୍ଧାନ ଓ କୁଇ ଭାଷା ଉପରେ ବୈଠକ

Sunil Chandra Nayak

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

masiha

Leave a Comment

error: Content is protected !!