ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧକ୍ଷା ହସ୍ତୀନି ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ କମଳା କାନ୍ତ ମୁଣ୍ଡ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଭୁତି ଭୂଷଣ ନ।ଏକ ,ସରୋଜ କୁମାର ପ୍ରହରାଜ ଯୋଗଦାନ କରିଥିଲେ । ଛାତ୍ରୀ ସିଦ୍ଧି ଠାକୁର ,ଶୋଭାନ। ନ।ଏକ ଏବଂ ଖୁସବୁ ପଟେଲ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏଥିରେ ବାଳିକା ବିଭାଗରେ ଖୁସବୁ ପଟେଲ ଚାମ୍ପିଅନ ହୋଇଥିବା ବେଳେ ବାଳକ ବିଭାଗ ରେ ଦୁର୍ଗେସ ନ।ଏକ ଚମ୍ପିୟାନ ହୋଇଥିଲେ । କାର୍ଯ୍ୟକ୍ରମ ରେ ଶିକ୍ଷକ ରୂପେଶ ଠେଲା ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ଶିକ୍ଷୟତ୍ରୀ ମନୀଷା ପାଢ଼ୀ , ଦୀପିକା ମାଝି ,ହେମାଙ୍ଗିନୀ ଗହୀର ,ରାଜେଶ୍ୱରୀ ସାହୁ ଏବଂ ଶିକ୍ଷକ ରୁପେଶ କୁମାର ଠେଲା ,ଶିବ ଶଙ୍କର ବେମାଲ ,ଜିତେନ୍ଦ୍ର ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ।ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶିବ ଶଙ୍କର ବେମାଲ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

Sunil Chandra Nayak

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

କଅଁସିଲରେ ବିଶ୍ୱ ଆଦିବାସୀ ଦିବସ

Sunil Chandra Nayak

Leave a Comment

error: Content is protected !!