ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୦୫/୦୪/୨୬: ଓଡ଼ିଆ ପକ୍ଷ ପାଳନର ଅଞ୍ଚମ ଦିନ ରେ ଆଜି ଐତିହ୍ଯସ୍ଥଳୀ ଗୁଡ଼ିକର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଜିଲ୍ଲା କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିକାଶ ଭବନ ପରିସରରୁ ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 

କାଯ୍ୟକ୍ରମରେ ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତେଜ କୁମାର ଖେସ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା କ୍ରୀଡା ବିଭାଗର ବିଭିନ୍ନ ପ୍ରଶିକ୍ଷକ, କର୍ମଚାରୀ ତଥା ସମାଜସେବୀମାନେ ଯୋଗ ଦେଇଥିଲେ। ଏଥିରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, କ୍ରୀଡା ହୋଷ୍ଟେଲ ର ଛାତ୍ର ଛାତ୍ରୀ ଏବଂ ବି ଏସ ହାଇସ୍କୁଲରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ସମସ୍ତ ଐତିହ୍ୟ ସ୍ଥଳ ଗୁଡ଼ିକର ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡବ୍ଲ୍ୟୁ ଜେ ୟୁ ର କାର୍ଯ୍ୟକାରିଣୀ ବୈଠକ

masiha

ହିର୍ଲି ବିଦ୍ୟାଳୟରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ

masiha

Leave a Comment

error: Content is protected !!