ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଝରୀଗାଁ (ତା ୨୩/୦୭)(ରବି ନାରାୟଣ ମହାନ୍ତି) -ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଏକାମ୍ବା ପଂଚାୟତ ସ୍ଥିତ ଗୋଶାଳା ପରିସରରେ କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଝରୀଗାଁ ବ୍ଲକରେ କାର୍ଯ୍ୟରତ ସମସ୍ତ ବିହନ କମ୍ପାନୀର ଏମଡିଓ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ନିଜନିଜ ଭିତରେ ଭାଇଚାରା ବଜାୟ ରଖିବା ନେଇ ଆଲୋଚନା କରିବା ସହ ସଂଘଠନକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ |ପରେ ସମସ୍ତେ ଏକାମ୍ବା ସ୍ଥିତ ଗୋଶାଳାରେ ପହଂଚି ତାର ଚତୁର୍ପାଶ୍ୱ ରେ ବିଭିନ୍ନ ବୃକ୍ଷସବୁ ରୋପଣ କରିଥିବା ଦେଖିବାକୁ ମିଳିଛି |ସର୍ବ ପ୍ରଥମେ ସମସ୍ତ ବିହନ କମ୍ପାନୀର କର୍ମଚାରୀମାନେ ଏକତ୍ରିତ ହୋଇ ଝରୀଗାଁ ସ୍ଥିତ ଆରଏମସି ଗୋଦାମ ଗୃହ ଠାରେ ଏକତ୍ରିତ ହୋଇ ବାର୍ଷିକ ଉତ୍ସବ ପାଳନ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ lପରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ମଧ୍ୟ ସଂଘଠନରେ ତାଲିକାଭୁକ୍ତ କରିଥିଲେ |ସଂଗଠନ କେମିତି ଆଗକୁ ବଢିବ, କେମିତି ମଜବୁତ ହେବ ଓ ଅଞ୍ଚଳରେ ରହୁଥିବା ଚାଷୀକୂଳ ଭଲ ଅମଳ ପାଇବେ ଓ ଉପକୃତ ହେବେ ସେନେଇ ପ୍ରାଞ୍ଜଳଭାବେ ଆଲୋଚନା ହୋଇଥିଲା |ପରେ “ପରିବେଶ ସୁରକ୍ଷା ଜୀବନ ରକ୍ଷା “କଥାକୁ ହୃଦୟଙ୍ଗମ କରି ବୃକ୍ଷରୋପଣ ପାଇଁ ସମସ୍ତେ ନିଷ୍ପତ୍ତି ନେଇ ଏକାମ୍ବା ଗୋଶାଳା ପରିସରରେ ପହଂଚି ବୃକ୍ଷରୋପଣ କରିଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ଯନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ

Sunil Chandra Nayak

ରାଇରଙ୍ଗପୁର ମଠ, ମନ୍ଦିର,ଦେବାଳୟ,ପୁର ପଲ୍ଲୀରେ ଧୂମଧାମରେ ସାବିତ୍ରୀ ବ୍ରତ ପାଳିତ

masiha

ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ରାୟଗଡ ଗସ୍ତ “ବିକାଶ ମେଳାର ଆୟୋଜନ ସମ୍ବଦ୍ଧରେ ବୈଠକରେ ସମୀକ୍ଷା” 

masiha

Leave a Comment

error: Content is protected !!