ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ସମସ୍ର ପ୍ରକାର ଶ୍ରମିକ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକଙ୍କ ସୁବିଧା ସୁଯୋଗ ପାଇବାରୁ ବହୁ ପଛରେ

ବନ୍ଧୁଗାଁ ତା ୧/୫/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଟି ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳକୁ ଲାଗି ପ୍ରାୟ ୯୫ ଶତକଡା ଆଦିବାସୀ ଗୋଷ୍ଟିର ପାରିବାର ବସବାସ କରନ୍ତି। ନିରକ୍ଷରତା ହାର ମଧ୍ୟ ୭୫ ଶତକଡା ରହିଥିବା ବେଳେ ଅନେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସୁବିଧା ସୁଯୋଗ ପାଇବାରେ ସବୁଠାରୁ ପଛରେ ଅଛନ୍ତି। ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାର ସୁବିଧା ସୁଯୋଗ ରହିଛି । ଶ୍ରମିକ କାର୍ଡ ଖଣ୍ଡିକ କରିବା ପାଇଁ ଜୟପୁର ଶ୍ରମିକ କାର୍ଯ୍ୟଳୟ କୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କିଛି ଶ୍ରମିକଙ୍କୁ ଶ୍ରମିକ କାର୍ଡ ରହିଛି କିନ୍ତୁ କାର୍ଡ ମଧ୍ୟମରେ ଝିଅର ପାଠ ପଢା, ଝିଅର ବିବାହ, କିମ୍ବା କାହାର ମୃତ୍ୟୁ ଇତ୍ୟାଦି ହେଳେ କୌଣସି ସୁବିଧା ପାଇ ପାରୁ ନାହାଁନ୍ତି।ବନ୍ଧୁଗାଁ ବ୍ଲକରେ ପ୍ରତି ଗାଁ କୁ କିଛି ଦଲାଲ ସକ୍ରିୟ ହୋଇ ଶ୍ରମିକ କାର୍ଡ କରିଦେବା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଦେଖିବାକୁ ମିଳିଛି। ଏହାର ମୁଖ୍ୟ କାରଣ ଜଣେ ଅଶିକ୍ଷିତ ଶ୍ରମିକ ବନ୍ଧୁଗାଁ ଠାରୁ ଜୟପୁର ଶ୍ରମିକ କାର୍ଯ୍ୟଳୟ କୁ ଯାଇ ଶ୍ରମିକ କାର୍ଡ କରି ଫେରିବା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଆମ ବନ୍ଧୁଗାଁ ବ୍ଲକ ଠାରେ ଶ୍ରମିକ କାର୍ଯ୍ୟଳୟ ଖଣ୍ଡିକ କଲେ ଆମ ବ୍ଲକ ର ଅନେକ ଶ୍ରମିକ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ର ସୁବିଧା ସୁଯୋଗ ପାଇ ପାରି ଥାନ୍ତେ। ଆଜି ଶ୍ରମିକ ଦିବସ ଅବସରରେ ବନ୍ଧୁଗାଁ ବ୍ଲକ ର ସମସ୍ତ ଜନସାଧାରଣ ଆଗମୀ ଦିନରେ ଏହି ସୁବିଧା ସୁଯୋଗ ଆମ ବ୍ଲକ ରେ ପାଇବେ ଏଥିପାଇଁ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା, ମୋ ସ୍କୁଲ ଅଭିଯାନରେ 1ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା

Sunil Chandra Nayak

ଉତ୍କଳ ପରିଷଦର ନୂତନ କର୍ମକର୍ତା ଚୟନ

masiha

ମରୁଡି ଆଶଙ୍କା ନେଇ ସିଟିଜେନ ଫୋରମ ପକ୍ଷରୁ ଇ ମେଲରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!