ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ୯ ମାସ ହେଲା ଡେପୁଟେସନରେ ; ତୁରନ୍ତ ତାଙ୍କ କାର୍ଯ୍ଯାସ୍ଥଳୀକୁ ଫେରାଇବା ପାଇଁ ସାମ୍ବାଦିକଙ୍କ ଦାବି

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ୯ ମାସ ହେଲା ଡେପୁଟେସନରେ ; ତୁରନ୍ତ ତାଙ୍କ କାର୍ଯ୍ଯାସ୍ଥଳୀକୁ ଫେରାଇବା ପାଇଁ ସାମ୍ବାଦିକଙ୍କ ଦାବି

ମୟୂରଭଂଜ- ୧୮/୧୧ —  ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡର ସରକାରଙ୍କ ଗୁରୁତ୍ବପୁର୍ଣ ବିଭାଗ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦଵୀ ଦିର୍ଘ ୯ ମାସ ହେଲା ଖାଲି ପଡ଼ିରହିଛି ।ସୂଚନାଯୋଗ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ଗତ ଜାନୁଆରୀ ୨୭ ରେ‌ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିବାପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦ ଖାଲି ପଡ଼ିରହିଥିଲା ।ଵାମନଘାଟୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ଯାଳୟକୁ ଡେପୁଟେସନରେ ନିଆଯାଇଛି ।ଯାହାଫଳରେ ଗତ ଫେବୃଆରୀ ପହିଲାରୁ ଆଜିଯାଏଁ ଦିର୍ଘ ୯ ମାସ ହେଲା ଵାମନଘାଟୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦ ଖାଲି ପଡ଼ିରହିଛି ।

 ଏହି ଗୁରୁତ୍ବପୁର୍ଣ ବିଭାଗକୁ ସରକାର ଅଣଦେଖା କରୁଛନ୍ତି ।ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ର ପ୍ରଚାର ଓ ପ୍ରସାର ରେ ବ୍ୟାଘାତ ସୃଷ୍ଟି ହୋଇଛି ।ଅଞ୍ଚଳବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି କୌଣସି ଖବର ଓ ସରକାରଙ୍କ ଯୋଜନା ବିଷୟରେ ସୂଚନା ପାଇ ପାରୁନାହାନ୍ତି । ଜିଲ୍ଲାପାଳଙ୍କୁ ଏହି ବିଷୟରେ ସାମ୍ବାଦିକମାନେ ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଓ ଲୋକ ସମ୍ପର୍କ ଅଫିସର ପାଇଁ ପରୀକ୍ଷା ହେବା ସହ ଫଳାଫଳ ଚୟନ ପ୍ରକ୍ରୀୟା ଦିର୍ଘ ୩ ମାସ ହେଲା ସରିଯାଇଛି ।୩୯ ଜଣ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗ୍ୟତା ହାସଲ କରିଛନ୍ତି ।ସେମାନଙ୍କୁ ସରକାରଙ୍କ ତରଫରୁ ତୁରନ୍ତ ନିଯୁକ୍ତି ପତ୍ର ପ୍ରଦାନ କଲେ ଶୂନ୍ଯସ୍ଥାନ ଥିବା ସୂଚନା ଲୋକ ସମ୍ପର୍କ ଅଧିକାରୀ ପଦବୀ ପୂରଣ ହେବା ସହ ସରକାରଙ୍କ ଏହି ଗୁରୁତ୍ବପୁର୍ଣ ବିଭାଗ କ୍ରୀୟାଶୀଳ ହୋଇଉଠିବ। ତଦସହ ରାଇରଙ୍ଗପୁର ହେଉଛି ମହାମହିମ ରାଷ୍ଟ୍ରପତିଙ୍କ ଘର ।ଆଗକୁ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ,ମନ୍ତ୍ରୀବୃନ୍ଦ,ସଚିଵମାନେ ରାଇରଙ୍ଗପୁର ସହରକୁ ଆସିବାର ଅଛି ।ତେଣୁ ଏହି ଗୁରୁତ୍ବପୁର୍ଣ ବହନ‌କରୁଥିବା ଏହି ଅଞ୍ଚଳରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀ ଖାଲି ପଡିବା ଏକ ଚିନ୍ତାର ବିଷୟ । ଵାମନଘାଟୀ ଉପଖଣ୍ଡ ସାମ୍ବାଦିକମାନେ ସରକାରଙ୍କୁ ନିବେଦନ‌କରୁଛନ୍ତି କି ଶିଘ୍ର ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଵାମନଘାଟୀ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କୁ ପୁନଃ ନିଜ ମୂଳ କାର୍ଯ୍ଯସ୍ଥଳୀକକୁ ଫେରାଇ ଅଣାଯିବାନେଇ ସାମ୍ବାଦିକମାନେ ଦାବି କରିଛନ୍ତି 

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ।

 

Related posts

ବିଜରା ଗୁଡା କୃଷି ଫାର୍ମ କୁ ଉଛେଦ ନିମନ୍ତେ ବରିଷ୍ଠ ଚାଷୀଙ୍କ ସାମ୍ବାଦିକ ସମ୍ବିଳନୀ

ବାଘ ଆତଙ୍କ, ଗୃହ ପାଳିତ ପ୍ରାଣୀଙ୍କୁ ଆକ୍ରମଣ କରି ନିଜର ଆହାର ବନାଇଲା କଲରାପଥରିଆ ବାଘ

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ଦୁଇଟି ଗାଁରୁ ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ 

masiha

Leave a Comment

error: Content is protected !!