ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

ବିଦ୍ୟାଳୟ ଶିକ୍ଷା ର ଏକ ନବ ଦିଗନ୍ତ ର ଉନ୍ମୋଚନ 

ରାଉରକେଲା: ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ସମୁହ ର ଛାତ୍ରଛାତ୍ରୀ ମାନଙ୍କ ମେଧା ଶକ୍ତି ର ବିକାଶ ଉପଲକ୍ଷେ ଏନ୍ ଆଇ ଟି (ରାଉରକେଲା) ସହିତ ଏକ ବୁଝାମଣା ପତ୍ର ଗତ ଜୁନ୍ ୧୯ ତାରିଖରେ ସ୍ୱାକ୍ଷରିତ ହୋଇ ଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଏସ୍ ଏସ୍ ଆର୍ ଭି ଏମ୍ ବିଦ୍ୟାଳୟ ସମୁହ ର ନବମ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ରାଉରକେଲା ଏନ୍ ଆଇ ଟି ଠାରୁ ଶିକ୍ଷା ଗତ ସହଯୋଗ ଲାଭ କରିବେ। ଏହି ବୁଝାମଣା ଅନୁଯାୟୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଏନ୍ ଆଇ ଟି ର ବିଭିନ୍ନ ପ୍ରୟୋଗ ଶାଳା, ଯାନ୍ତ୍ରିକ ବିଭାଗ, ଗବେଷଣା କେନ୍ଦ୍ର ତଥା ଉଦ୍ଭାବନ କେନ୍ଦ୍ର ଗୁଡ଼ିକ ର ପ୍ରଯୁକ୍ତି ପ୍ରଦର୍ଶନୀ, ସେମିନାର, କର୍ମଶାଳା ଏବଂ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ ଗୁଡିକ ରେ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିବେ। ଏହି ନୂଆ ପଦକ୍ଷେପ ଫଳରେ ବିଦ୍ୟାଳୟ ସମୁହ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା, ଉଦ୍ଭାବନ ମାନସିକତା, ଉଚ୍ଚ ଶିକ୍ଷା ସମ୍ପର୍କରେ ସଚେତନତା ର ବିକାଶ ଘଟାଇବ ଏବଂ ଭବିଷ୍ୟତରେ ଉଚ୍ଚଶିକ୍ଷା ପାଇଁ ଏକ ନିର୍ଣ୍ଣୟାତ୍ମକ ଦିଗ ଉନ୍ମୋଚନ କରିବ। ଏନ୍ ଆଇ ଟି ର ନିର୍ଦ୍ଦେଶକ ପ୍ରଫେସର ଡ କେ ଉମାଶଙ୍କର ରାଓ ଓ ଏସ୍ ଏସ୍ ଆର୍ ଭି ଏମ୍ ବିଦ୍ୟାଳୟ ସମୁହ ର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସ ଙ୍କ ଦ୍ଵାରା ସ୍ୱାକ୍ଷରିତ ହୋଇ ଥିବା ଏହି ବୁଝାମଣା ପତ୍ର ଟି ତିନି ବର୍ଷ ଯାଏଁ ବଳବତ୍ତର ରହିବ ବୋଲି ଜଣାପଡିଛି। ଏହି ବୁଝାମଣା ପତ୍ର ସ୍ଵାକ୍ଷର ସମୟ ରେ ଏସ୍ ଏସ୍ ଆର୍ ଭି ଏମ୍ ମୁମ୍ବାଇ ର ଅଧ୍ୟକ୍ଷା ଶୀମତୀ ଶ୍ରେୟା କଦମ୍, ମେକାନିକାଲ ଇଞ୍ଜିନିୟରିଂ ବିଭାଗ ର ପ୍ରାଧ୍ୟାପକ ଡ ଏସ୍ କେ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଏକ ନୂଆ ପଦକ୍ଷେପ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ଙ୍କ ମଧ୍ୟରେ ନୂଆ ଆଶା ଓ ଆନନ୍ଦ ର ସଂଚାର କରିଛି ବୋଲି ବିଦ୍ୟାଳୟ ତଥା ଏନ୍ ଆଇ ଟି କର୍ତ୍ତୃପକ୍ଷ ଙ୍କ ବିବୃତି ରୁ ପ୍ରକାଶ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୬ ପାଳିତ 

Sunil Chandra Nayak

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଂଚଳରେ ବସ୍ତ୍ର ବଂଟନ

Sunil Chandra Nayak

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

masiha

Leave a Comment

error: Content is protected !!