ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାରିକ ସମାଜର ବାର୍ଷିକ ମହୋତ୍ସବ, ୨- ଧରାକୋଟ ବ୍ଲକରେ ଯୋଗ ଶିବିର

ବାରିକ ସମାଜର ବାର୍ଷିକ ମହୋତ୍ସବ

ଆସିକା, ୨୧/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ବାରିକ ସମିତି ଧରାକୋଟ ତାଲୁକା ର ବାର୍ଷିକ ମହୋତ୍ସବ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଡାକୁଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତାରିଣୀ ଶଙ୍କର ବେହେରା,ସମ୍ପାଦକ ଅଜିତ କୁମାର ବେହେରା, ସହ ସମ୍ପାଦକ ଭିକାରୀ ଚରଣ ଡାକୁଆ, ଉପ ସଭାପତି ମନୁ ଡାକୁଆ,ସଂଗଠକ ସୁଶାନ୍ତ ବେହେରା,ସଂଯୋଜକ ଉଲା ଡାକୁଆ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବାରିକ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଗ୍ରାମ୍ୟ କର୍ମକର୍ତ୍ତା ମାନଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବ୍ଲକ ସ୍ତରରେ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ବାରିକ ସମାଜର ଛାତ୍ର ଛାତ୍ରୀ ପବିତ୍ର ଡାକୁଆ, ସ୍ନେହାରାଣି ଡାକୁଆ ଓ ଆଦିତ୍ୟ ଦକୁଆଙ୍କୁ ସ୍ୱତନ୍ତ୍ର ଭାବରେ ସମାଜ ତରଫରୁ ସମ୍ମାନୀତ କରାଯାଇଥିଲା । ବାର୍ଷିକ ମହୋତ୍ସବ ରେ ବାରିକ ସମାଜର ସାଂଗଠନିକ ଦକ୍ଷତା ବୃଦ୍ଧି,ସାମାଜିକ ନୀତି ନିୟମ କୁ ମାନି ଚଳିବା,ବାଲ୍ୟ ବିବାହ ରୋକିବା ଓ ଗୋତି ପ୍ରଥା ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମାଜ ପାଇଁ ଏକ କୋଠ ଘର ନିର୍ମାଣ ସକାଶେ ସାନଖେମୁଣ୍ଡି ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭିକାରୀ ଚରଣ ଡାକୁଆ କାର୍ଯ୍ଯକ୍ରମ ର ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ବେହେରା ଓ ମନୋଜ ବେହେରା ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଧରାକୋଟ ବ୍ଲକରେ ଯୋଗ ଶିବିର

ଆସିକା, ୨୧/୬/୨୬ (ଶିବ ଶଙ୍କର ମିଶ୍ର ) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଧରାକୋଟ ବ୍ଲକ ପରିସରରେ ଯୋଗ ଶିବିର ବି ଡି ଓ ତୃପ୍ତିମୟି ଜେନା ଙ୍କ ତତ୍ୱାବଧାନ ରେ ଯୋଗ ଓ ପ୍ରାଣାୟାମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ ଯୋଗ ଓ ପ୍ରାଣାୟାମ ଦ୍ୱାରା ଶରୀରର ଉପକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାଦ୍ୱାରା ମଣିଷ ମାନସିକ ସ୍ଥିତି ଓ ସ୍ଵାସ୍ଥ୍ୟ ସୁସ୍ଥ ଓ ସଞ୍ଜମ ରହିଥାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ନିୟମିତ ଭାବରେ ଯୋଗ କରିବା ପାଇଁ ଉପସ୍ଥିତ ଅଧିକାରି ମାନେ ପରାମର୍ଶ ଦେଇଥିଲେ । ଏହି ଶିବିରରେ ବ୍ଲକର ସମସ୍ତ କର୍ମଚାରୀ ଙ୍କ ସହ ସାଂସଦ ପ୍ରତିନିଧି ମୁନା ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ।

Related posts

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଗୋଲାମୁଣ୍ଡାରେ ବିଜେପିର ପ୍ରସ୍ତୁତି ବୈଠକ 

Sunil Chandra Nayak

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

masiha

ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!