ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ.

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ.

ରାଉରକେଲା: ଜୟଦେବ କଳାବିକାଶ କେନ୍ଦ୍ର, ରାଉରକେଲା ଦ୍ଵାରା ଆୟୋଜିତ ମା ବାଟମଙ୍ଗଳା ୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଜଗଦା ସ୍ଥିତ ମା ବାଟ ମଙ୍ଗଳା ଶକ୍ତି ପୀଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନରେନ୍ଦ୍ରନାଥ ଦାସଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଓ ଉପଦେଷ୍ଟା ସଂଜୀବ କୁମାର ମହାନ୍ତିଙ୍କ ଆବାହକତ୍ୱ ଓ କାର୍ଯ୍ୟକ୍ରମ ର ସଂଯୋଜକ ପ୍ରଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି ଅହୋରାତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଶିଷ୍ଟ ଲେଖକ ଡ଼ଃ ସଞ୍ଜୟ ହାତୀ, ମୁମ୍ବାଇ ର ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟର ର ସମ୍ପାଦକ ଜାମିନୀକାନ୍ତ ମିଶ୍ର, ଡାକ୍ତର ଉତ୍ତମ ଚରଣ ଜେନା, ପ୍ରଫେସର ଡ଼ଃ ସମର ମୁଦାଲି, ରାଜୀବ ପାଣି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅହୋରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ୬୦ ରୁ ଉର୍ଦ୍ଧ୍ବ କଳାକାର ଅଂଶଗ୍ରହଣ କରିଥିଲେ ଯେଉଁଥିରେ ରାଜ୍ୟ ବାହାରୁ ୧୫ ଜଣ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ ଜଣ ସମେତ ଆଞ୍ଚଳିକ କ୍ଷେତ୍ରରୁ ୩୦ ଜଣ କଳାକାର ସଂଗୀତ କ୍ଷେତ୍ରରେ ନିଜର ପାରିଦର୍ଶିତା ପ୍ରଦର୍ଶନ କରିଥିଲେ । ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଓ ଓଡିଶୀ ସଂଗୀତ ର ତ୍ରିବେଣୀ ସଂଗମ ରେ ଭୁବନେଶ୍ୱରର ପ୍ରସିଦ୍ଧ ମର୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ,ପୁରୀ ରୁ ଗୁରୁ ଜାମିନୀ କାନ୍ତ ମିଶ୍ର, ଭୁବନେଶ୍ୱରରୁ ତାବଲା ବାଦକ କୁଳମଣି ସାହୁ,ପୁରୀ ରୁ ଓଡିଶୀ ଗାୟକ ଅଚ୍ୟୁତ ମହାରଣା, ବାଲେଶ୍ଵରରୁ ସନ୍ତୁର ବାଦକ ନନ୍ଦକିଶୋର ଦାସ, ସତ୍ୟଜିତ ମହାରଣା, ରାଉରକେଲାରୁ ପୁଲିନ ରାଉତରାୟ ଓ ବୀଣାପାଣି ରଥ, ମୁମ୍ବାଇ ରୁ ଘନଶ୍ୟାମ ଚାନ୍ଦ,କେରଳରୁ ସୁଶ୍ରୀ ରୀତାଂଶ୍ରୀ ଆୟାର, ନୂଆଦିଲ୍ଲୀ ରୁ କପିଲ କୁମାର, ଜତିନ ଦୟାଲ,ପୁନେ ରୁ ସୁଶ୍ରୀ ସନିକା କୁଲକର୍ଣ୍ଣି, କୋଲକାତା ରୁ କମଲାକ୍ଷ ମୁଖାର୍ଜୀ, ସୁପ୍ରଭାତ ଭଟ୍ଟାଚାର୍ଯ୍ୟ, ଭୁବନେଶ୍ୱରରୁ ସୁଶ୍ରୀ ଶ୍ୟାମଳୀ ଲେଙ୍କା ଓ ସୈ।ମ୍ୟରଞ୍ଜନ ଗାହାଣ, ମୁରଲୀଧର ସ୍ବାଇଁ,ଦୀପକ ନାୟକ, ସୁଶ୍ରୀ ସୁଚିସ୍ମିତା ନନ୍ଦ, ରାଉରକେଲାରୁ ଫକୀର ଚରଣ ପତି,ଡା ସୁଶାନ୍ତ କୁମାର ପାଣି, ପ୍ରଭାତୀ ଦାଶ,ଗଜରାଜ ମୋହିନୀ, ଗୁରୁ ପ୍ରଦୀପ କୁମାର ପଣ୍ଡା,ସୁପ୍ରିତ ପ୍ରିୟଦର୍ଶୀ ପଣ୍ଡା, ଜାମସେଦପୁରରୁ ଦେର୍ବାଘ୍ୟ ରାୟ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂଗୀତ ପ୍ରେମୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ବ୍ରଜେନ୍ଦ୍ର ଦାଶ, ପ୍ରଭାତ କୁମାର ମହାନ୍ତି, ଡ଼ଃ ସୁଶାନ୍ତ ପାଣି, ସୁବୋଧ ଚନ୍ଦ୍ର ଲାକ୍ରା, ତ୍ରିଲୋଚନ ପରିଡା,ଧର୍ମାନନ୍ଦ ପୃଷ୍ଟି, ସ୍ବର୍ଣ୍ଣରେଖା ମହନ୍ତ, ଭୋଳାନାଥ ମାଝୀ, ହରିହର ପଣ୍ଡା, ଦିଲ୍ଲିପ କୁମାର ପତି, ଲକ୍ଷ୍ମୀଧର ନାୟକ, କାଶୀନାଥ ପଣ୍ଡା, ପିତାମ୍ବର ଲେଙ୍କା, କ୍ରିଷ୍ଣା ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଡାକ୍ତର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଷ୍ଟେଚରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ 

Sunil Chandra Nayak

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

Sunil Chandra Nayak

ଓଲଟିଲା ଡମ୍ଫର, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

masiha

Leave a Comment

error: Content is protected !!