ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଲୋଚନାଚକ୍ର

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଲୋଚନାଚକ୍ର

ରାଉରକେଲା : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର କେଶବ ନଗର ଶାଖା ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସେକ୍ଟର-୬ ର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ୱତ ସମାବେଶ ବିଜୟିନୀ ଜେନାଙ୍କ ସଭାପତିତ୍ବ ଓ ସୁସ୍ମିତା ମହାପାତ୍ରଙ୍କ ଆବାହକତ୍ୱରେ ସମାପନ ହୋଇଯାଇଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୧ତମ ପ୍ରତିଷ୍ଠା ଦିବସ ଅବସରରେ ସଂଘର ରାଉରକେଲା ମହାନଗରର ବୌଦ୍ଧିକ ପ୍ରମୁଖ କିଶୋର ଚନ୍ଦ୍ର ଜେନା ବିଷୟ ବିଶେଷଜ୍ଞ ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠାତା ତଥା ପ୍ରଥମ ସରସଂଘଚାଳକ ଡକ୍ଟର କେଶବରାଓ ବଳିରାମ ହେଡଗେୱର୍(ଡକ୍ଟର ଜୀ)ଙ୍କ ଜୀବନୀ, ରାଷ୍ଟ୍ରପ୍ରେମ, ତ୍ୟାଗ, ବଳିଦାନ, ସାଂଗଠନିକ ଦକ୍ଷତା ଓ ମହାନତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଛେଣ୍ଡସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶକୁ ଏକ ଚେତନା ଭାବେ ବ୍ୟାଖ୍ୟା କରିବା ସହିତ ପ୍ରତି ପ୍ରାଣରେ ଦେଶଭକ୍ତିର ଉଦ୍ରେକ ନିମନ୍ତେ ଉଦବୋଧନ ଦେଇଥିଲେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସେକ୍ଟର-୬ ର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ପ୍ରାକ୍ ଭାଷରେ ସଂଘର ଦୁଇଟି ମୁଖ୍ୟ ନୀତି, ବ୍ୟକ୍ତିତ୍ୱ ଗଠନ ଓ ଉତ୍ତମ ସ୍ୱାସ୍ଥ୍ୟ ଗଠନ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ସୁସ୍ମିତା ମହାପାତ୍ର ମଞ୍ଚ ସଞ୍ଚାଳନ ଓ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହ ସଂପାଦକ ମମତା ଜେନା ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ପୁଷ୍ପାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଶେଷରେ ସହ ସଂପାଦକ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ପ୍ରବୀର କୁମାର ଦୁବେ, ସହ ସଂପାଦକ ଲଳିତା ବେହେରା, କରୁଣାକର ପାଟ୍ଟଶାଣୀ, ଗଦାଧର ରଥ, ଇଂ ରମେଶ ଚନ୍ଦ୍ର ସିଂ, ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ ଓ ଉତ୍ସାହିତ କରିବା ସହିତ ସଭାକୁ ସଫଳ କରିଥିଲେ। ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମାଙ୍କ ଦ୍ଵାରା ରାଷ୍ଟ୍ର ଝଙ୍କାର ଗାନ, ଶାନ୍ତି ପାଠ ଓ ବନ୍ଦେ ମାତରଂ ଗାନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଇ ଏସ ଆଇ ସି ମଡେଲ ହସ୍ପିଟାଲ ଅବ୍ୟବସ୍ଥା ବିରୋଧରେ ସି ଆଇ ଟି ୟୁ ର ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ

masiha

ପ୍ରବଳ ଜାଡ଼ରେ ଥରୁଛି ଲାଞ୍ଜିଗଡ଼ ବ୍ଲକ

Sunil Chandra Nayak

୧୦୪ ଦିନରେ ୩୨% ଲକ୍ଷ୍ୟ ସାଧନ: ବ୍ରହ୍ମପୁରରେ ବନ୍ଧ୍ୟାକରଣ ଅଭିଯାନ ଆଗୁଆ

Leave a Comment

error: Content is protected !!