ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗନ୍ଧିଜୀ,ଶାସ୍ତ୍ରିଜୀ ଜୟନ୍ତୀ ପାଳନ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗନ୍ଧିଜୀ,ଶାସ୍ତ୍ରିଜୀ ଜୟନ୍ତୀ ପାଳନ

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ଆଇ ଡ଼ି ଏଲ ଅତିଥି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦକ ତଥା ସମାଜ ସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକ ଡାକ୍ତର ଫକୀର ଚରଣ ହୋତା,ଆଇଡ଼ିଏଲ ଶିଳ୍ପସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ କୁମାର ମହାନ୍ତି,ରାଜ୍ୟକର୍ମଚାରୀ ବୀମା ଯୋଜନାର ପ୍ରାକ୍ତନ ଅଧିକାରୀ ଡାକ୍ତର ବିଷ୍ଣୁପ୍ରିୟା ଦେଇ,ଶିକ୍ଷାବିତ୍ ଶାନ୍ତନୁ ମୁଦାଲି,ଦେବେନ୍ଦ୍ର କୁମାର ସାହୁ, ଆଇନଜୀବୀ ଆରତୀ ଚୌଧୁରୀ, ସାମାଜିକ କର୍ମୀ ସନାତନ ସାହୁ, କବି ଶ୍ରୀନାଥ ନାୟକ ପ୍ରମୁଖ ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ,ଲବଣ ସତ୍ୟାଗ୍ରହ,କର ବା ମର ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୀବନ ଦର୍ଶନ ତଥା ଜୟ ଯବାନ ଜୟ କିଶାନ ର ନାରା ସ୍ଲୋଗାନ ସର୍ବୋପରି ନବ ଭାରତ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ଟ୍ରଷ୍ଟର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ସ୍ୱାଗତ ଭାଷଣ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଅଲେଖ ସାହାଣୀ,ସୁନିତା ପରିଡା, ଆଶିଷ ରତନସିଂ,ନରହରି ଦାସ, ରାମଚନ୍ଦ୍ର ସାମଲ,ଅନ୍ତର୍ଯ୍ୟାମୀ ବେଉରା,ପ୍ରତିମା ପାଣିଗ୍ରାହୀ, ମିନା ବେହେରା, ଝୁନୁଲତା ସାହୁ, ବର୍ଷାରାଣୀ ସାହୁ,ପଲ୍ଲବୀ ସେଠି,ଚାନ୍ଦମଣୀ ମାଝୀ, କୈଳାଶ ଚନ୍ଦ୍ର ମଲ୍ଲିକ ,କମଳାକାନ୍ତ ପତି,ସୁଲତା ସାହୁ,ପ୍ରଭାସିନ ରାଉତ ଓ ଅଭିଷେକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମହାପୁରୁଷ ଦ୍ବୟଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଶେଷରେ ସୁନିତା ପରିଡା ଧନ୍ୟବାଦ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାମୀଣ ନାଟ୍ୟ ଦିବସ ସମାରୋହରେ ଯୋଗଦେଲେ ବାଲେଶ୍ଵର ସାମ୍ବାଦିକ

Sunil Chandra Nayak

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ 

Sunil Chandra Nayak

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ

masiha

Leave a Comment

error: Content is protected !!